୪୦ ବର୍ଷ ବୟସରେ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ କରିବେ ସୁନୀଲ ଛେତ୍ରୀ, ଏହି ଦୁଇ ଦେଶ ବିପକ୍ଷରେ ଖେଳିବେ ମ୍ୟାଚ୍

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀ ଗୁରୁବାର ନିଜର ସନ୍ନ୍ୟାସ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଏଥିସହ ସୁନୀଲ ଛେତ୍ରୀ ମାର୍ଚ୍ଚ ୨୫ରେ ବାଂଲାଦେଶ ବିପକ୍ଷ ଏଏଫସି ଏସୀୟ କପ୍ ୨୦୨୭ର ତୃତୀୟ  ପର୍ଯ୍ୟାୟ କ୍ଵାଲିଫାୟରରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରି ପାରନ୍ତି। ଏହି ମ୍ୟାଚ୍ ପୂର୍ବରୁ ଭାରତ ମାଳଦ୍ଵୀପ ବିପକ୍ଷରେ ଏକ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳିବ। 

ଭାରତୀୟ ଫୁଟବଲ ଦଳର ମହାନ ଖେଳାଳି ସୁନୀଲ ଛେତ୍ରୀ ଚଳିତ ମାସରେ ହେବାକୁ ଥିବା ଫିଫାର ମୈତ୍ରୀ ମ୍ୟାଚ୍‌ରେ ମୁସ୍କିଲ ସ୍ଥିତିରେ ଥିବା ଜାତୀୟ ଦଳର ସହାୟତା ପାଇଁ ନିଜର ଅନ୍ତର୍ଜାତୀୟ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ  କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଆଇଏଫଏଫ ନିଜର ଆନୁଷ୍ଠାନିକ ଏକ୍ସ ହ୍ୟାଣ୍ଡେଲରେ ଲେଖିଛି ଯେ, ସୁନୀଲ ଛେତ୍ରୀ ପୁଣି ଫେରିଛନ୍ତି। ଅଧିନାୟକ, ନେତୃତ୍ଵକର୍ତ୍ତା, ବରିଷ୍ଠ ଖେଳାଳି ମାର୍ଚ୍ଚରେ ଫିଫା ଅନ୍ତର୍ଜାତୀୟ ଓ୍ଵିଣ୍ଡୋ ପାଇଁ ଭାରତୀୟ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

Also read: ଟ୍ରଫି ସହ ଦୁବାଇରୁ ସ୍ଵଦେଶ ଫେରିଲେ ଚାମ୍ପିଅନ ଟିମ୍, ବିମାନ ବନ୍ଦରରେ ନଜର ଆସିଲେ ରୋହିତ

ନିଜର ଚମତ୍କାର କ୍ୟାରିୟରକୁ ଅଲବିଦା କହିବାର ଗୋଟିଏ ବର୍ଷରୁ କମ ସମୟ ଭିତରେ ସେ ଏହି ପଦକ୍ଷେପ ଉଠାଇଛନ୍ତି। ତାଙ୍କ ସନ୍ନ୍ୟାସ ଯୋଗୁଁ ଜାତୀୟ ଦଳରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ଯାହାକୁ ଏବେ ଭରିବାର ସମୟ ଆସିଛି। ସିଲିଂ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଭାରତୀୟ ଜାତୀୟ ପୁରୁଷ ଦଳର ଦୁଇଟି ମ୍ୟାଚ୍‌ ଖେଳାଯିବ। ଚଳିତ ମାସ ଫିଫା ଅନ୍ତର୍ଜାତୀୟ ଓ୍ଵିଣ୍ଡୋ(ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ନିର୍ଦ୍ଧାରିତ ସମୟ)ରେ ଖେଳାଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.