ଗୌତମ ଗମ୍ଭୀରଙ୍କ ବଡ଼ ଯୋଜନା: ଟିମ୍ ଇଣ୍ଡିଆ ସହ ଯିବେନି ଇଂଲଣ୍ଡ, BCCIକୁ କହିଲେ କାରଣ

Published By : Prameya-News7 Bureau | March 12, 2025 IST

ନୂଆଦିଲ୍ଲୀ ୧୨/୦୩: କଣ ଭାବୁଛନ୍ତି କି, ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ କଣ ଗୌତମ ଗମ୍ଭୀର ଶାନ୍ତିରେ ବସିବେ? ଯଦି ଆପଣ ସେମିତି ଭାବୁଛନ୍ତି ତାହାଲେ ଭୁଲ୍ ଭାବୁଛନ୍ତି । କାରଣ ସେ ଏବେ ଭବିଷ୍ୟତ ପ୍ଲାନିଂରେ ଅଛନ୍ତି । ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତି ଏବେ ୨୦୨୬ ଟି-୨୦ ବିଶ୍ୱକପ୍ ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍ ବିଷୟରେ ଚିନ୍ତା କରୁଛନ୍ତି । ସେ ଭାରତୀୟ କ୍ରିକେଟର ଭବିଷ୍ୟତ ଅନୁସନ୍ଧାନ କରିବା ମୁଡରେ ଅଛନ୍ତି । 

ଏବେ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଇଂଲଣ୍ଡରେ ଟିମ୍ ଇଣ୍ଡିଆକୁ ଟେଷ୍ଟ ସିରିଜ୍ କିପରି ଜିତାଇବେ? ନିଜର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ସହ ଇଂଲଣ୍ଡ ଯିବେ ନାହିଁ । ତାଙ୍କର ଉଦ୍ଦେଶ୍ୟ ରୋହିତ ଓ ସାଥୀ ସହିତ ଯିବା ନୁହେଁ ବରଂ ଭାରତ A ସହିତ ଇଂଲଣ୍ଡ ଗସ୍ତ କରିବା । ଯାହା ବିଷୟରେ ସେ ବିସିସିଆଇ ସହ ମଧ୍ୟ କଥା ହୋଇଛନ୍ତି। 

ଭାରତ ଏ ଦଳ ସହ ଇଂଲଣ୍ଡ ଯିବେ ଗମ୍ଭୀର:

କହିବାକୁ ଗଲେ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ଜୁନ୍ ରୁ ଆରମ୍ଭ ହେଉଛି । କିନ୍ତୁ ରିପୋର୍ଟ ଅନୁଯାୟୀ, ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ଏହା ପୂର୍ବରୁ ଭାରତ ଏ ଦଳ ସହିତ ଇଂଲଣ୍ଡ ଯିବେ । ଯଦି ଗମ୍ଭୀର ଇଂଲଣ୍ଡ ଯାଆନ୍ତି, ତେବେ ଏହା ପ୍ରଥମ ଥର ହେବ ଯେ ସିନିୟର ଦଳର ମୁଖ୍ୟ ପ୍ରଶିକ୍ଷକ ଭାରତ ଏ ଦଳ ସହିତ ଗସ୍ତରେ ଯିବେ। 

ଗମ୍ଭୀରଙ୍କ ଏହି ନିଷ୍ପତ୍ତି ପଛରେ କାରଣ କ'ଣ ?

ଏବେ ପ୍ରଶ୍ନ ଉଠୁଛି, ଗମ୍ଭୀରଙ୍କ ଭାରତ ଏ ଦଳ ସହିତ ଇଂଲଣ୍ଡ ଯିବାର ନିଷ୍ପତ୍ତି ପଛରେ କାରଣ କ'ଣ ? ଏହାର ଏକ ପ୍ରମୁଖ କାରଣ ହେଉଛି ୨୦୨୭ ବିଶ୍ୱକପ୍ ଏବଂ ଏହା ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା । ଏହା ବ୍ୟତୀତ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ମଧ୍ୟ ଜୁନ୍ ୨୦ରୁ ଆରମ୍ଭ ହେବ । ଏପରି ପରିସ୍ଥିତିରେ, ଏହା ପୂର୍ବରୁ ଗମ୍ଭୀର ଭାରତ A ସହିତ ଇଂଲଣ୍ଡ ଯିବେ ଏବଂ ସେହି ଖେଳାଳିମାନଙ୍କୁ ଖୋଜିବେ । 

ସେମାନଙ୍କୁ ଟେଷ୍ଟ ନେବେ, ଯେଉଁମାନେ ଲାଲ ବଲ୍ କ୍ରିକେଟରେ ଭାରତର ଶକ୍ତି ହୋଇପାରିବେ। ଏହା ବ୍ୟତୀତ, ଟିମ୍ ଇଣ୍ଡିଆ ଇଂଲଣ୍ଡ ପହଞ୍ଚିବା ପୂର୍ବରୁ, ଗମ୍ଭୀର ସେଠାକାର ପିଚ୍ ଓ ପରିସ୍ଥିତିକୁ ଭଲ ଭାବରେ ବୁଝିବାକୁ ଚାହାଁନ୍ତି । ଯାହା ଦ୍ଵାରା ରଣନୀତିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇପାରିବ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.