ନୂଆଦିଲ୍ଲୀ: ବାଂଲାଦେଶର ଅନୁଭବୀ ବ୍ୟାଟର ମହମୁଦୁଲ୍ଲା ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ମହମୁଦୁଲ୍ଲା ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜର ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ୩୯ ବର୍ଷୀୟ ଏହି ଖେଳାଳି ୨୦୨୧ରେ ଟେଷ୍ଟ ଓ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଗ୍ରହଣ କରିଥିଲେ। ଏବେ ଚାମ୍ପିଅନ୍ସ ଟ୍ରଫି ପରେ ସେ ଦିନିକିଆ କ୍ରିକେଟ୍ରୁ ମଧ୍ୟ ସନ୍ନ୍ୟାସ ଘୋଷଣା କରିଛନ୍ତି।
ମୁସଫିକର ରହିମ, ଶାକିବ ଅଲ ହସନ ଓ ତମିମ ଇକବାଲଙ୍କ ପରେ ବାଂଲାଦେଶ ପାଇଁ ଚତୁର୍ଥ ସର୍ବାଧିକ ରନ ହାସଲକାରୀ ବ୍ୟାଟର। ମହମୁଦୁଲ୍ଲା ୩୬.୪୬ ହାରରେ ୫,୬୮୯ ରନ କରିଛନ୍ତି, ଯେଉଁଥିରେ ୪ ଶତକ ଓ ୩୨ ଅର୍ଦ୍ଧଶତକ ସାମିଲ୍। ଏହା ପୂର୍ବରୁ ମୁସଫିକର ରହିମ ମଧ୍ୟ ଦିନିକିଆ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ୫୦ଟି ଟେଷ୍ଟର ୯୪ ଇନିଂସରୁ ସେ ୫ ଶତକ ଓ ୧୬ ଅର୍ଦ୍ଧଶତକ ସହ ୨୯୧୪ ରନ କରିଛନ୍ତି। ସେହିପରି ୧୪୧ ଟି-୨୦ ଅନ୍ତର୍ଜାତୀୟରୁ ୨୪୪୩ ରନ କରିଛନ୍ତି।
Also read: WTC ଫାଇନାଲ୍ରେ ଭାରତ ନପହଞ୍ଚିବା ଯୋଗୁ... କୋଟି କୋଟି ଟଙ୍କା କ୍ଷତି ସହିବ ଲର୍ଡ୍ସ ଷ୍ଟାଡିୟମ
ମହମୁଦୁଲ୍ଲା ନିଜର ଫେସବୁକରେ ଲେଖିଛନ୍ତି, ସବୁ ପ୍ରଶଂସା କେବଳ ଆଲ୍ଲାଙ୍କ ପାଇଁ। ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି। ମୁଁ ନିଜର ସମସ୍ତ ସାଥୀ, କୋଚ୍ ଓ ବିଶେଷ କରି ନିଜର ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ସର୍ବଦା ମୋର ସମର୍ଥନ କରିଛନ୍ତି। ମୋର ମାତା-ପିତା, ଶ୍ଵଶୁର ଏବଂ ସବୁଠୁ ବଡ଼ ମୋର ଭାଇ ଇମଦାଦ ଆଲ୍ଲାଙ୍କୁ ବହୁତ ବହୁତ ଧନ୍ୟବାଦ।