ଭଦ୍ରକ: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ଭଦ୍ରକ ଜିଲ୍ଲାପାଳ । ତିନି ଦିନ ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୧୬ ଯାଏ ଛୁଟି ରହିଛି। ଏହା ଭିତରେ ହୋଲି ପର୍ବ ରହିବ। କିନ୍ତୁ ହୋଲି ସମୟରେ ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ। ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ତ୍ଵରିତ ପଦକ୍ଷେପ ନେବା ସମ୍ଭବ ନୁହେଁ। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଭଦ୍ରକ ମୁଖ୍ୟାଳୟରେ ରହିବାକୁ ଚିଠି କରିଛନ୍ତି ଜିଲ୍ଲାପାଳ।
ସୂଚନାଯୋଗ୍ୟ, ଭଦ୍ରକରେ ପୂର୍ବରୁ ସାଂପ୍ରଦାୟିକ ଘଟଣା ଘଟିବାର ନଜିର ରହିଛି। ଜିଲ୍ଲାରେ ହୋଲି ସମୟରେ ସାଂପ୍ରଦାୟିକ ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଠାରେ ସଂଖ୍ୟାଲଘୁ ବହୁ ସଂଖ୍ୟାରେ ବସବାସ କରୁଛନ୍ତି। ହୋଲିରେ ବିଶେଷ କରି ରାସ୍ତାରେ ଯୁବକ ବୁଲି ଆଇନ ଶୃଙ୍ଖଳାକୁ ଚାଲେଞ୍ଜ ଦେଇପାରନ୍ତି। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।
Also read: ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫୦ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର