କଟକ: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲି ସର୍ଭିସ(ଓଜେଏସ)-୨୦୨୩ର ଫଳାଫଳ। ଏଥର ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଓଡ଼ିଶା ପବ୍ଲିକ ସର୍ଭିସ କମିସନ(ଓପିଏସସି) ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ଝିଅମାନେ ବାଜି ମାରି ନେଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀଙ୍କ ମଧ୍ୟରୁ ୨୪ ଜଣ ଝିଅ ରହିଥିବା ବେଳେ ମାତ୍ର ୯ ଜଣ ପୁଅ ରହିଛନ୍ତି। ସୋମେଶ ରଣବିଜୁଳି ଓଜେଏସ-୨୦୨୩ ଟପ୍ପର ହୋଇଥିବା ବେଳେ ତାଲିକାରେ ଅରୁଣିମା ପତି ଦ୍ଵିତୀୟ, ପାଏଲ ଅତ୍ତା ତୃତୀୟ ସ୍ଥାନରେ ରହିଛନ୍ତି। ସମ୍ପର୍କିତ ପ୍ରାର୍ଥୀମାନଙ୍କୁ ବିବରଣୀ ପାଇଁ କମିସନର ୱେବସାଇଟ୍ (www.opsc.gov.in) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଏଥିରେ କୁହାଯାଇଛି।
ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫...
