କଟକ 13/02 : ହୋଲି କିପରି ଖେଳନ୍ତି ଆପଣ। ଅବିର, ରଙ୍ଗ, ପିଚକାରୀ, ଆଉ ମଉଜର ମାହୋଲ ନା... କିନ୍ତୁ ଏ ତ ନିଆରା... ହୋଲି କିନ୍ତୁ ରଙ୍ଗ ତୂଳୀରେ। କାନଭାସ୍ ଆଉ କାଗଜରେ...କିନ୍ତୁ ମାହୋଲ ସେମିତି...କଳାର ସହର କଟକରେ ଏହି ହୋଲି। ଆଉ ଏଥିରେ ସାମିଲ୍ ଚିତ୍ରକର, ଶିକ୍ଷାବିତ ଓ ଛାତ୍ରଛାତ୍ରୀ। କାନଭାସ୍ ରେ ‘ହୋଲି ରଙ୍ଗ ବରଷେ’। ସୁନ୍ଦର ସୁନ୍ଦର ପେଣ୍ଟିଂ କରିବା ସହିତ ପରସ୍ପର ସହ ରଙ୍ଗ ଖେଳ। ଗୀତ ଗାଇ ପାଳୁଛନ୍ତି ହୋଲି।
କଟକର ହିନ୍ଦୀ ପ୍ରଶିକ୍ଷଣ ପ୍ରତିଷ୍ଠାନ। ନିଆରା ହୋଲି ଆୟୋଜକମାନେ ହେଲେ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ। ଆୟୋଜନ କରିଛନ୍ତି କାନଭାସରେ ହୋଲି। ହାତରେ ତୁଳୀ ସହ ଆକଲେରିକ କଲର ସାହାଯ୍ୟରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ପେଣ୍ଟିଂ । ଆନନ୍ଦ ଓ ଉଲ୍ଲାସ ସହ ନିରାପତ୍ତାକୁ ଧ୍ୟାନ । କିପରି ସମସ୍ତେ ନିରାପତ୍ତାର ସହ ପାଳନ କରିବେ ସେଥିପାଇଁ ଛାତ୍ରଛାତ୍ରୀମାନେ ଦେଇଛନ୍ତି ହରବାଲ ହୋଲି ଖେଳିବାର ବାର୍ତ୍ତା।
ପେଣ୍ଟିଂରେ ହୋଲିର ଥିମ୍। ପ୍ରାକୃତିକ ଅଭୀର ରଙ୍ଗ ସବୁ ହାତରେ ଧରି ରଙ୍ଗ ବରଷେ କାର୍ଯ୍ୟକ୍ରମରେ ହୋଲି ମଜା। ନାଚଗୀତର ତାଳେ ତାଳେ ପରସ୍ପରକୁ ରଙ୍ଗ ମାରି ସହିତ ହୋଲିର ଶୁଭେଚ୍ଛା ଜଣାଉଛନ୍ତି। କାର୍ଯ୍ୟକ୍ରମକୁ ଆହୁରି ମନୋରମ କରିଥିଲେ, ରାଜ୍ୟର କିଛି ଆଗଧାଡିର ଗୀତିକାର, କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ। କେବଳ ସେତିକି ନୁହେଁ, ହୋଲି ଖେଳ ସହ ଓଡ଼ିଆ ପରମ୍ପରାର ପଣାବି ଅଛି ଉତ୍ସବର, ଯାହା ମାହୋଲକୁ ଆହୁରି ମଜାଦାର କରିଛି। ରଙ୍ଗ ଖେଳକୁ ପଣାର ସ୍ୱାଦ, ନାଚ-ଗୀତରେ ମତୁଆଲା। ଖୁବ୍ ଜମିଥିଲା ହୋଲି ରଙ୍ଗ ବରଷେ।
କାନଭାସ୍ ରେ ପେଣ୍ଟିଂ ହେଉ ବା ରଙ୍ଗ ଖେଳ। ଏଥର ହୋଲି କିନ୍ତୁ ବେଶ ଧୁମଧାମରେ ପାଳନ ହେବ। ଯାହା ଏହି ରଙ୍ଗ ବରଷେ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି। କାହିଁକିନା ଏବେ ଲୋକମାନେ ବେଶ୍ ସଚେତନ । ସଂସ୍କୃତି ଓ ପରମ୍ପରା ପାଳନରେ ଖୁସି ମନାଇବାର ଆସର ହୋଲିକୁ ଛାଡ଼ିବାକୁ କେହି ବି ପ୍ରସ୍ତୁତ ନୁହନ୍ତି। ତେବେ ସେଥିରେ ଖୁସି ଆନନ୍ଦ ସହ ନିରାପତ୍ତାର ଧ୍ୟାନ ବି ବଢ଼ିଛି। ସେଥିଲାଗିତ ହର୍ବାଲ୍ ହୋଲି ପ୍ରତି ଢଳିଛନ୍ତି ସମସ୍ତେ। ସତରେ ହୋଲି ରଙ୍ଗ ବରଷେ ଭାରି ମନଛୁଆଁ ହୋଇଛି।