ନୂଆଦିଲ୍ଲୀ ୨୦/୦୮: ଲୋକସଭାରେ ହୋହଲ୍ଲା ହଟ୍ଟଗୋଳ ମଧ୍ୟରେ ଆଗତ ହୋଇଛି ବହୁ ପ୍ରତିକ୍ଷୀତ ବିଲ୍ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍ ଆଗତ କରିଛନ୍ତି । ଯାହା ଆଧାରରେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା, ମୁଖ୍ୟମନ୍ତ୍ରୀ ହୁଅନ୍ତୁ କେହି ବି ବାଦ୍ ପଡିବେନି । ଏମିତିକି ନେତା ମନ୍ତ୍ରୀ ଯେ କେହି ୩୦ ଦିନରୁ ଅଧିକ ସମୟ ଜେଲରେ ରହିଥିବେ ସେମାନଙ୍କୁ ପଦରୁ ବହିଷ୍କାର କରାଯିବ ।
हम चाहते हैं कि नैतिकता के मूल्य बढ़े। हम ऐसे निर्लज्ज नहीं हो सकते कि हम पर आरोप लगे और हम संवैधानिक पद पर बने रहे।
— Sambit Patra (@sambitswaraj) August 20, 2025
— गृहमंत्री श्री @AmitShah जी pic.twitter.com/SkM5nR4Zcx
ସେପଟେ ବିଲ୍ ଉପସ୍ଥାପନ ହେବା ମାତ୍ରେ ହଙ୍ଗାମା କରିଥିଲେ ବିରୋଧୀ ଦଳ । ବିଲ୍କୁ ଚିରି ଫିଙ୍ଗି ଫୋପାଡିବାକୁ ବି ପଛାଇନଥିଲେ । କିଛି ବିରୋଧୀ ସାଂସଦ ଲୋକସଭାର ୱେଲ ଭିତରକୁ ଆସି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏହି ସମୟରେ କିଛି ବିରୋଧୀ ସାଂସଦ ବିଲର କପି ଚିରି ଅମିତ ଶାହଙ୍କ ଆଡ଼କୁ କାଗଜ ଖଣ୍ଡ ଫିଙ୍ଗି ଦେଇଥିଲେ ।
ତଥାପି, ବିଲ୍ ଉପସ୍ଥାପନ କରିବା ସମୟରେ ଅମିତ ଶାହ କହିଥିଲେ ଯେ ସରକାର ଏହି ବିଲ୍ କୁ JPC ନିକଟକୁ ପଠାଇବାକୁ ପ୍ରସ୍ତାବ ଦେଉଛନ୍ତି । ଏହା ସତ୍ତ୍ୱେ, ବିଲ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ସଂସଦର ଚଳିତ ମୌସୁମୀ ଅଧିବେଶନର ଆଜି ହେଉଛି ୨୦ ତମ ଦିନ। ମୌସୁମୀ ଅଧିବେଶନ ସମୟରେ ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଛି।
ଏହି ବିଲ୍ରେ ରହିଛି ପ୍ରାବଧାନ , ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା କୌଣସି ବି ରାଜନେତା ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍ରେ ୫ ବର୍ଷ ଜେଲ୍ ଦଣ୍ଡ ବିଧାନ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ୍ ୨ ମାସ ଜେଲ୍ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ ।