ପ୍ରବଳ ବର୍ଷାରେ ମୁମ୍ବାଇରେ ରେଡ୍ ଆଲର୍ଟ ; ଅମିତାଭଙ୍କ ବିଲ୍ଡିଂରେ ପଶିଲା ପାଣି

Published By : Prameya-News7 Bureau | August 20, 2025 IST

ମୁମ୍ୱାଇ- ମୁମ୍ୱାଇର ବର୍ଷା ସାଧାରଣ ଜନତାଙ୍କ ସହ ବଲିଉଡ୍ ଷ୍ଟାରଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଆରଜେ ମହବଶ ମଙ୍ଗଳବାର ଏକ ଇନଷ୍ଟା ଷ୍ଟୋରୀ ସେୟାର କରି କହିଥିଲେ ସେ ପାଣି ଭର୍ତ୍ତି ରହିଥିବା ଯୋଗୁଁ ସେ ରାସ୍ତାରେ ଫସି ରହିଥିଲେ। ଏବେ ବଲିଉଡ୍‌ ସେହନସାହା ଅମିତାଭ ବଚ୍ଚଙ୍କ ଜୁହୁ ସ୍ଥିତ ବଙ୍ଗଳାର ପ୍ରତୀକ୍ଷାର ସ୍ଥିତି ଖରାପ ହୋଇ ଯାଇଛି। 

ଅମିତାଭଙ୍କ ଏହି ବଙ୍ଗଳା ବାହାରର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଗ୍ ବି ଏହି ଘର ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ଦେଇଥିଲେ। ଏହି ବଙ୍ଗଳା ବାହାରେ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଏହି ବଙ୍ଗଳା ବାହାରେ ପାଣି ଭର୍ତ୍ତି ହୋଇଯାଇଛି। ବଚ୍ଚନ ପରିବାରର ପ୍ରତୀକ୍ଷା ସମେତ ତିନୋଟି ବଡ଼ ଘର ଅଛି। ଶୋଲେର ଲୋକପ୍ରିୟତା ପରେ , ଅମିତାଭ ମୁମ୍ବାଇରେ ତାଙ୍କର ପ୍ରଥମ ଘର କିଣି ଥିଲେ, ଯାହାର ନାମ ସେ "ପ୍ରତିକ୍ଷା" ରଖି ଥିଲେ। 

ପୃଥ୍ବୀ ସିଗନାଲ ନିକଟରେ ବିଗ୍ ବିଙ୍କ ବଙ୍ଗଳା ନିକଟରେ ବନ୍ୟାଗ୍ରସ୍ତ ଅଞ୍ଚଳର ଅନେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ସାମ୍ନାକୁ ଆସିଛି। ବର୍ଷା କିପରି ସଂପୃକ୍ତ ଅଞ୍ଚଳ ଓ ଲୋକଙ୍କ ସ୍ଥିତି ବେହାଲ କରି ଦେଇଛି ଏଥିରେ ଦେଖିବାକୁ ପାଇବେ। ଏକ୍ସରେ ଜଣେ ସୋସିଆଲ ମିଡ଼ିଆ ୟୁଜରଙ୍କର ଭିଡ଼ିଓ ଭାଇରାଲ ହେଉଛି। ବ୍ୟକ୍ତି ଜଣଙ୍କ ଅମିତାଭ ବଚ୍ଚନଙ୍କ ଘର ପ୍ରତୀକ୍ଷାର ବାହାରକୁ ଯାଇ ଦେଖାଇଛନ୍ତି ରାସ୍ତାର ସ୍ଥିତି କେମିତି ଅଛି। ଭିଡିଓରେ, ଆପଣ ରାସ୍ତାରୁ ବଙ୍ଗଳା ଭିତରକୁ ଗୋଡ଼ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉ ଥିବାର ଦେଖି ପାରିବେ। 


ନିଜର ଶୃଙ୍ଖଳାଗତ ଜୀବନ ପାଇଁ ଜଣାଶୁଣା ଅମିତାଭ ବଚ୍ଚନ, ନିକଟରେ ନିଜର ବ୍ଲଗ୍‌ରେ ବର୍ଦ୍ଧିତ ବୟସକୁ ନେଇ କହିଥିଲେ। ବୟସର ବାସ୍ତବିକତା ବିଷୟରେ ଏକ ନୋଟ୍‌ ସେୟାର କରି ବିଗ୍‌ ବି ସ୍ୱୀକାର କରିଥିଲେ ଯେ,  ୮୨ ବର୍ଷ ବୟସର ବୟସରେ ପ୍ୟାଣ୍ଟ ପିନ୍ଧିବା ଭଳି କାମ ତାଙ୍କ ପାଇଁ ମୁସ୍କିଲ ହୋଇଛି। ଏହାସହ ତାଙ୍କୁ ଘରେ ହାଣ୍ଡଲ ବାର୍‌ର ଆବଶ୍ୟକ ଅନୁଭବ ହେବାକୁ ଲାଗିଛି। ଏହି ବୟସରେ ସାଧାରଣ କାମ କରିବା ମଧ୍ୟ ମୁସ୍କିଲ ହେବାରେ ଲାଗିଛି। ଅମିତାଭ ଏହା ମଧ୍ୟ ଲେଖିଥିଲେ ଯେ, ଦିନେ ଯେଉଁ କାମ ତାଙ୍କ ପାଇଁ ସହଜ ଥିଲା , ଏବେ ତାଙ୍କ ପାଇଁ ସତର୍କ ରହିବାର ଆବଶ୍ୟକ ହେଉଛି। ସେ ଲେଖିଛନ୍ତି, ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । କହିଛନ୍ତି ପ୍ଲିଜ୍‌ ମିଷ୍ଟର ବଚ୍ଚନ ଟ୍ରାଉଜର ପିନ୍ଧିବା ସମୟରେ ସିଟ୍‌ରେ ବସି ଯାଅ , ବାଲାନ୍ସ ବିଡ଼ିବା କାରଣରୁ ଆପଣ ଖସି ଯାଇ ପାରନ୍ତି। 

ଅମିତାଭ ବଚ୍ଚନ ବର୍ତ୍ତମାନ ‘କୌନ ବନେଗା କରୋଡପତି’ର ସିଜନ -୧୭ ହୋଷ୍ଟ କରୁଛନ୍ତି। ଏହି ଶୋ’ର ଆରମ୍ଭ ଖୁବ୍‌ ଭଲ ରହିଛି।ନିକଟରେ ଏହାକୁ ଏର କୋଟି ଜିତିବାର ପ୍ରଥମ ପ୍ରତିଯୋଗୀ ମଧ୍ୟ ମିଳିଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.