ଟ୍ରମ୍ପ ପ୍ରଶାସନଙ୍କୁ ନିକି ହେଲିଙ୍କ ଚେତାବନୀ, ଚୀନ୍‌କୁ ଲଗାମ ଲଗାଇବାକୁ ହେଲେ ଭାରତ ସହ ସଂପର୍କ ସୁଧାର

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ ୨୧/୦୮: ଟ୍ରମ୍ପ ପ୍ରଶାସନକୁ ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲିଙ୍କ ଚେତାବନୀ । ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଗକୁ ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ି ପଡ଼ିବାକୁ ଯାଉଛି । ସେ କହିଛନ୍ତି ଯେ ଯଦି ଆମେରିକା ଚୀନକୁ ଲଗାମ ଲଗାଇବାକୁ ଚାହିଁ ତେବେ ଭାରତ ସହିତ ସମ୍ପର୍କକୁ ପ୍ରାଥମିକତା ଦେବାକୁ ପଡିବ। 

ବୁଧବାର (ଅଗଷ୍ଟ 20, 2025) ନ୍ୟୁଜୱିକ୍‌ରେ ପ୍ରକାଶିତ ଏକ ଲେଖାରେ, ହେଲି ଲେଖିଛନ୍ତି ଯେ ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକୁ ଅଣଦେଖା କରୁଛି । ଯେଉଁଠିକି ଆମର ଟାର୍ଗେଟ ହେଉଛି ଚୀନ୍। ଚୀନ୍‌କୁ ମାତେ ଦେବାକୁ ହେଲେ ଆମେରିକାର ଭାରତ ରୂପରେ ଜଣେ ବନ୍ଧୁ ରହିବା ଉଚିତ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ରୁଷିଆ ତେଲ ଏବଂ ଶୁଳ୍କ ବିବାଦ ପ୍ରସଙ୍ଗକୁ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ଶକ୍ତି ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ।


"ଯୁକ୍ତରାଷ୍ଟ୍ର ତା' ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲିଯିବା ଉଚିତ୍ ନୁହେଁ । ଚୀନ୍‌ର ମୁକାବିଲା କରିବା ପାଇଁ, ଆମେରିକାକୁ ଭାରତ ଭଳି ବନ୍ଧୁର ଆବଶ୍ୟକତା ଅଛି ବୋଲି ସେ ଲେଖିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷୀୟ ତୈଳ କିଣିବା ଜାରି ରଖିବା ପାଇଁ ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ଓ ଅତିରିକ୍ତ ୨୫ ପ୍ରତିଶତ ଲାଗୁ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ-ପାକିସ୍ତାନ ଯୁଦ୍ଧବିରତି ଆଲୋଚନାରେ ଆମେରିକାର ଭୂମିକା ଉପରେ ଦାବି ସମେତ ମାସ ମାସ ଧରି ଚାଲିଥିବା ଉତ୍ତେଜନା ପରେ ଏହି ପଦକ୍ଷେପ ନିଆଯାଇଛି। 

ହେଲି ଟ୍ରମ୍ପଙ୍କ ଚାପ ଅଭିଯାନକୁ ସମର୍ଥନ କରି କହିଛନ୍ତି ଯେ ଭାରତର ଶକ୍ତି କ୍ରୟ 'ୟୁକ୍ରେନ ବିରୁଦ୍ଧରେ ଭ୍ଲାଦିମିର ପୁଟିନଙ୍କ ନିଷ୍ଠୁର ଯୁଦ୍ଧକୁ ଆର୍ଥିକ ସହାୟତା କରୁଛି'। ତଥାପି, ସେ ଭାରତକୁ ଶତ୍ରୁ ଭାବରେ ବ୍ୟବହାର କରିବା ବିରୋଧରେ ସତର୍କ କରାଇଥିଲେ। ସେ ଯୁକ୍ତି ଦେଇଥିଲେ ଯେ ଭାରତ ୱାଶିଂଟନର ଅର୍ଥନୈତିକ ଓ ସୁରକ୍ଷା ଲକ୍ଷ୍ୟ ପାଇଁ ଅତ୍ୟାବଶ୍ୟକ । 

ଆମେରିକା ଏହାର ଯୋଗାଣ ଶୃଙ୍ଖଳାକୁ ଚୀନ୍ ଠାରୁ ଦୂରେଇ ନେବାକୁ ଚାହୁଁଛି ଏବଂ ଭାରତ କପଡ଼ା, ଫୋନ୍ ଏବଂ ସୌର ପ୍ୟାନେଲ୍ ଭଳି ଶିଳ୍ପ ପାଇଁ "ଚୀନ ପରି ସ୍ତରରେ" ଉତ୍ପାଦନ କ୍ଷମତା ପ୍ରଦାନ କରୁଛି। ସେ ଆମେରିକା ଏବଂ ଇସ୍ରାଏଲ ଭଳି ସହଯୋଗୀଙ୍କ ସହିତ ଭାରତର ବର୍ଦ୍ଧିତ ପ୍ରତିରକ୍ଷା ସମ୍ପର୍କ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହାକୁ ସେ ମୁକ୍ତ ବିଶ୍ୱର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଭାବରେ ବର୍ଣ୍ଣନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.