ମୁମ୍ଵାଇ ୨୧।୦୧: ‘ଖୋ ଗୟେ ହମ୍ କହାଁ’ରେ ଦମ୍ଦାର ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଟୁଛନ୍ତି ୟଙ୍ଗ୍ ଓ ଡାଇନାମିକ୍ ଅନନ୍ୟା ପାଣ୍ଡେ । ଏଥିରେ ଆହାନା ଭୂମିକାରେ ସେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଆଦର୍ଶ ଗୌରବଙ୍କ ସହ ସମ୍ପର୍କ ଓ ବନ୍ଧୁତ୍ୱର ଜଟିଳତାକୁ ସଜାଡୁଥିବା ନଜର ଆସିଛନ୍ତି । ଏହି ଭୂମିକା ପାଇଁ ସବୁ ମହଲରୁ ପ୍ରଶଂସିତ ହେଉଥିବା ଅନନ୍ୟା ନିକଟରେ ନିଜ ଇଚ୍ଛା ବିଷୟରେ ଖୋଲି କହିଛନ୍ତି ।
ଆଗକୁ ବଡ଼ ପରଦାରେ ନେଗେଟିଭ୍ ଭୂମିକା ପ୍ଲେ କରିବାକୁ ସେ ଚାହାନ୍ତି । ସେତିକି ନୁହେଁ, ବାୟୋପିକ୍ରେ ମଧ୍ୟ ଅଭିନୟ କରିବା ତାଙ୍କର ଲକ୍ଷ୍ୟ । ଅନନ୍ୟା ଏବେ ସୁଦ୍ଧା ପରଦାରେ ଜଣେ କୋମଳ ଓ ସରଳ ଝିଅ ଭୂମିକାରେ ନଜର ଆସିଛନ୍ତି । କିନ୍ତୁ ନେଗେଟିଭ୍ ଚରିତ୍ର ପ୍ରତି ତାଙ୍କର ବେଶ ଦୁର୍ବଳତା ରହିଛି । ନିଜର ଏହି ରୁଚିକୁ ପରଦାରେ ଉତାରିବାକୁ ସେ ଖୁବ୍ ଆଗ୍ରହୀ ।
ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ସେ କହିଛନ୍ତି, ପାରମ୍ପରିକ ଚରିତ୍ରଠାରୁ ଆଗକୁ ବଢ଼ି ବାସ୍ତବ ଜୀବନର ଜଟିଳତାଗୁଡ଼ିକୁ ପ୍ରଦର୍ଶନ କରୁଥିବା ଭୂମିକା ନିର୍ବାହ କରିବା ତାଙ୍କ ଇଚ୍ଛା । ଆଗକୁ ବଡ଼ କମର୍ସିଆଲ୍ ଫିଲ୍ମର ଅଂଶ ହୋଇ କ୍ୟାରିଅର୍କୁ ଆଗକୁ ନେବାକୁ ସେ ଚାହାନ୍ତି । ବାୟୋପିକ୍ ମାମଲାରେ କ୍ରୀଡ଼ାବିତ୍, ଜଣାଶୁଣ ଶାସ୍ତ୍ରୀୟ ଗାୟିକା କିମ୍ବା ନୃତ୍ୟଶିଳ୍ପୀଙ୍କ ଭୂମିକାକୁ ପରଦାରେ ଉତାରିବାକୁ ସେ ଚାହାନ୍ତି । ଏହା ଜରିଆରେ ସେ ନିଜ କ୍ୟାରିଅର୍କୁ ଆହୁରି ସୁଦୂରପ୍ରସାରୀ କରିପାରିବେ ।
wp:embed {"url":"https://www.prameyanews7.com/ananya-panday-aditya-roy-kapur-getting-married/","type":"wp-embed","providerNameSlug":"prameya-news-7"} /wp:embed