ଭୁବନେଶ୍ୱର 12/02 : ଅନୁଭବ ବାହେହେବେ ଖୁବଶୀଘ୍ର। ଝିଅ ବି ଠିକ୍ କରି ସାରିଛନ୍ତି । ଜାଗୃତିଙ୍କର ବି ବାହାଘର ହେବ। ଉଭୟ କାହାକୁ ବାହା ହେବେ ପ୍ରତ୍ୟକ୍ଷରେ ନ କହିଲେ ବି ପରୋକ୍ଷରେ ଦେଇଛନ୍ତି ଉତ୍ତର। ଯାହାର କ୍ଲିପ୍ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଯାହା ପରେ ଚର୍ଚ୍ଚା ଜୋର।
କଥା ହେଉଛି ନିକଟରେ ଜାଗୃତି ଓ ଅନୁଭବ ଗୋଟିଏ ପୋଡକାଷ୍ଟରେ ଏକାଠି ନଜର ଆସିଛନ୍ତି। ଆଉ ଏହି ଏପିଶୋଡ୍ ରେ ଅନୁଭବ ଓ ଜାଗୃତି ନିଜ ଜୀବନର ଅନେକ ପୃଷ୍ଠା ଖୋଲି ଛନ୍ତି। ନିଜ ସଂପର୍କ, ବିବାଦ, ପର୍ସନାଲ, ପ୍ରଫେସନାଲ ସହ ଏମିତି ଅନେକ କଥା। କିନ୍ତୁ ଏହାରି ଭିତରେ ଦୁହେଁ ବିବାହ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଉପସ୍ଥାପକ ଯେତେବେଳେ ଦୁହିଁଙ୍କ ବିବାହ କଥା ପଚାରିଥିଲେ, ଜାଗୃତି କହିଥିଲେ ଯଦି ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ ପାଇଁ ରାଜି ହୋଇଯିବେ। ତାହେଲେ ଅନୁଭବଙ୍କ ସ୍ୱୟମ୍ବର ହୋଇଯିବ। ଝିଅଙ୍କ ଲମ୍ବା ଲାଇନ୍ ଲାଗିଯିବ। ନିଜ କଥା କହି ଜାଗୃତି କହିଲେ ଶଗୁନକା ଲିଫାଫା ରେଡି ରଖ।
ଯେତେବେଳେ ଅନୁଭବ ଦ୍ୱିତୀୟ ବିବାହ କରିବାକୁ ରେଡ୍ଡି ବୋଲି ଉପସ୍ଥାପକ ପ୍ରଶ୍ନ କରିଥିଲେ। ଅନୁଭବ କହିଲେ, ମୋ ଭାଗ୍ୟରେ ଥିଲେ ମୁଁ ବିବାହ କରିବି। ଯଦି କେହି ମୋତେ ବିବାହ କରିବାକୁ ରାଜି ହେବ ତାହେଲେ ମୁଁ ନିଶ୍ଚୟ କରିବି। ଆଉ ବହୁତ ଜଲ୍ଦି କରିବି। ଝିଅ ବି ବାଛି ସାରିଛି। ଅନ୍ୟପଟେ ଜାଗୃତି ଏକଥା ବି କହିଛନ୍ତି ଯେ, ମୁଁ ଅନୁଭବଙ୍କୁ ବାହା ହେବି ନା ନାହିଁ। ଦର୍ଶକ ଏନେଇ ଭୋଟ୍ କରନ୍ତୁ। ତାପରେ ମୁଁ ଚିନ୍ତା କରିବି। ଜାଗୃତି କହିଲେ ଅନୁଭବ ଜଣେ ଭଲ ମଣିଷ। ସେ ଜଣେ ଫ୍ୟାମିଲି ମ୍ୟାନ୍। ଆଙ୍କର କହିଲେ ଦୁହେଁ ରାଜି , କିନ୍ତୁ ବାସ୍ ଖାଲି କହିବାକୁ ଚାହୁଁ ନାହାନ୍ତି। ଏକଥା ଉପରେ ଅନୁଭବ ଓ ଜାଗୃତି ହସି ଦେଇଥିଲେ।
ଦୁହିଁଙ୍କ ପରୋକ୍ଷ ଉତ୍ତର ପରସ୍ପରକୁ ବିବାହ ପାଇଁ ସହମତି ଦେଇଛନ୍ତି । ଏକଥା ଆମେ କହୁନୁ କ୍ଲିପ୍ ଭାଇରାଲ୍ ହେବା ପରେ ଚର୍ଚ୍ଚା ହେଉଛି। ତେବେ ଅନୁଭବ ଜାଗୃତିଙ୍କ ବାହାଘର କେବେ ହେଉଛି ତାକୁ ସମସ୍ତଙ୍କର ଅପେକ୍ଷା। ଉଭୟ ପରସ୍ପରକୁ ବାହାହେବେ ନା ଆଉ କାହାକୁ ବାହାହେବେ ସେ କଥା ତ ସମୟ କହିବ।