ଭୁବନେଶ୍ବର ୨୩।୧: ରାସନ କାର୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଜାନୁଆରୀ ୩୧ ତାରିଖରେ କେୱାଇସି ଶେଷ ହେବ । ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ୍ କଲେ ମନ୍ତ୍ରୀ । ବୋଧେ ଭୟରେ କେୱାଇସି ପାଇଁ ଆସୁନାହାନ୍ତି । କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ । ବ୍ଲକରେ ୨୦୦ରୁ ୩୦୦ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ସରକାରୀ ଚାକିରି କରି ହାତେଇଛନ୍ତି ରାସନ କାର୍ଡ । ସରେଣ୍ଡର କଲେ ଭଲ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
ଆୟକରଦାତା ନେଉଥିଲେ ରାସନ କାର୍ଡ । କିଛିଦିନ ତଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଥିଲେ ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ । ତେବେ କେତେ ଆୟକରଦାତା ରାସନ କାର୍ଡ ପାଇଛନ୍ତି ତାହାକୁ ନେଇ ଅନୁଧ୍ୟାନ ଚାଲିଛି । ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରା ତଥ୍ୟ ଆସିବା ପରେ ସେମାନଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ ।
ଯୋଗାଣ ମନ୍ତ୍ରୀଙ୍କ ଭୂତ ରାସନ କାର୍ଡ ମନ୍ତବ୍ୟ, କଣ କହିଲେ ବିରୋଧୀ ?
ଯୋଗାଣ ମନ୍ତ୍ରୀଙ୍କ ଭୂତ ରାସନ କାର୍ଡ ମନ୍ତବ୍ୟକୁ ନେଇ ଚିହିଁକି ଉଠିଥିଲେ ବିରୋଧୀ । କାଉଣ୍ଟର ଆଟାକ୍ କରି ବିଜେଡି ବିଧାୟକ ସାରଦା ଜେନା କହିଥିଲେ, ରାସନରେ ଭୂତ କାର୍ଡ କହି ଲୋକଙ୍କୁ ଭୂତାଉଛନ୍ତି ସରକାର । ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ ରହିଛି । ଆଧାର କାର୍ଡ ଭାରତ ସରକାରଙ୍କ ସ୍ବୀକୃତପ୍ରାପ୍ତ । ୬ ମାସ ହେଲା ରାଜ୍ୟ ସରକାର E-KYC ଆଳରେ ଗରିବଙ୍କୁ ରାସନ ଦେଉନାହାନ୍ତି । ଆଧାର କାର୍ଡ ମିଛ କି ? ଯଦି ଆଧାର କାର୍ଡ ରାସନ ସହ ସଂଯୋଗ ତେବେ ଭୂତ କାର୍ଡ ଆସିଲା କେଉଁଠୁ । ଯୋଗାଣ ମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ବାହାର ରାଜ୍ୟରେ ଥିବା ଲୋକେ E-KYC କରିନାହାନ୍ତି । ଯଦି ସେମାନେ E-KYC ପାଇଁ ଆସିବେ ୫ ହଜାର ଖର୍ଚ୍ଚ କରିବେ । ସେହି ହିତାଧିକାରୀଙ୍କୁ ଭୂତ କହି ଭୂତାଉଛନ୍ତି ସରକାର ।
କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଜାଲ୍ ରାସନକାର୍ଡ ଧାରୀଙ୍କ ଉପରେ ଆକ୍ସନ ହେବା ଦରକାର । ଆୟକର ଦାତା କାର୍ଡ ନେବା ଠିକ୍ ନୁହେଁ ।
You Can Read:
ନୂଆ ସରକାର ନୂଆ ନୀତିରେ ଚାଲିବ, ଅସାଧୁ ମିଲରଙ୍କୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ