ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇବା ପାଇଁ ବାଚସ୍ପତି ଉଦ୍ୟମ କରୁଛନ୍ତି : ପ୍ରମିଳା ମଲ୍ଲିକ

Published By : Prameya-News7 Bureau | January 23, 2025 IST

ଭୁବନେଶ୍ବର ୨୩୧: ବାଚସ୍ପତି ସୁରମା ପାଢ଼ୀଙ୍କ ତାଗିଦ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇବା ପାଇଁ ବାଚସ୍ପତି ଉଦ୍ୟମ କରୁଛନ୍ତି । ନାଲି ଆଖି ଦେଖାଇଲେ ଚଳିବ ନାହିଁ । ବିରୋଧୀ ଦଳ ସ୍ବର ଚପାଇଲେ ଚଳିବ ନାହିଁ । ବିରୋଧୀଙ୍କ ସ୍ବର ବନ୍ଦ ହେବ ନାହିଁ । ଦୋଷ ତ୍ରୁଟିକୁ ଉପସ୍ଥାପନା କରାଯିବ । ମୁଁ ବାଚସ୍ପତି ଥିବା ବେଳେ ସେ କିଭଳି ବ୍ୟବହାର କରିଥିଲେ ଓଡ଼ିଶା ଦେଖିଥିଲା । ଆମେ ସେ ପର୍ଯ୍ୟନ୍ତ ଯାଇନୁ ସେମାନେ ବାଧ୍ୟ କଲେ ଆମେ ସେ ପର୍ଯ୍ୟନ୍ତ ଯିବୁ ବୋଲି ପ୍ରମିଳା କହିଛନ୍ତି ।

ସେହିଭଳି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବାଚସ୍ପତିଙ୍କ ଉକ୍ତି ହାସ୍ୟାସ୍ପଦ । ବିଧାନସଭା ହେଉଛି ବିରୋଧୀ ଦଳଙ୍କର । ବିରୋଧୀ ଦଳ କୌଣସି ପ୍ରସଙ୍ଗ ଉଠାଇଲେ ସୁରୁଖୁରୁରେ ଚଳାଇବା ବାଚସ୍ପତିଙ୍କ ଦାୟିତ୍ୱ । ହଟ୍ଟଗୋଳ ଅଚଳାବସ୍ଥା ପାଇଁ ବାଚସ୍ପତି ଦାୟୀ ରହିବେ । ବିରୋଧୀ ଦଳକୁ ବାଚସ୍ପତି ଉଚିତ ସମୟ ନ ଦେଲେ ହଟ୍ଟଗୋଳ ହେବ । ସେ ଗୃହର ମାଲିକ ସେ ଯେମିତି ଗୃହକୁ ଚଳାଇବେ । ବିରୋଧୀଦଳର କଣ୍ଠରୋଧ ନକରି ସରକାରୀ ଦଳକୁ ପ୍ରାଧାନ୍ୟ ଦେଲେ ହଟ୍ଟଗୋଳ ହେବ ବୋଲି ପ୍ରତାପ କହିଛନ୍ତି । 

ବାଚସ୍ପତି ସୁରମା ପାଢ଼ୀ କହିଥିଲେ, ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳ ବିରୋଧୀ ଭୂମିକା ନିଭାନ୍ତୁ । ଗଠନମୂଳକ ପରାମର୍ଶ ଦିଅନ୍ତୁ । ବିଧାନସଭା ଅଧିବେଶନକୁ ନେଇ ବାଚସ୍ପତି କହିଥିଲେ, ଆସନ୍ତା ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅଭିଭାଷଣ ସମ୍ପର୍କିତ ଆଲୋଚନା ରହିବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି । ମୋଟ୍ ୨୮ ଦିନର କାର୍ଯ୍ୟଦିବସ ରହିବ । ୨୮ ଦିନ ଭିତରେ ୩ ଦିନ ସରକାରୀ ଓ ୩ ଦିନ ବେସରକାରୀ କାର୍ଯ୍ୟଦିବସ ରହିବ । 

ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ, ବିରୋଧୀ ଦଳ ବିରୋଧୀ ଭୂମିକା ନିଭାନ୍ତୁ : ବାଚସ୍ପତି

୧୭ ତାରିଖରେ ଆଗତ ହେବ ବଜେଟ୍ । ବଜେଟ୍ ଉପରେ ବିସ୍ତୃତ ଆଲୋଚନା ହେବ । ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ରହିଛି । ୨୨ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ୱାରା ବଜେଟ୍ ଉପରେ ନିରୀକ୍ଷକ ପାଇଁ ନିର୍ଦ୍ଧାରଣ କରାଯାଇଛି । ୭ ମାର୍ଚ୍ଚରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନା ହେବ । ୧୦ ମାର୍ଚ୍ଚରୁ ଖର୍ଚ୍ଚ ଦାବି ସମ୍ପର୍କିତ ଆଲୋଚନା ହେବ । ୨୯ ତାରିଖରେ ବିନିଯୋଗ ବିଲ୍ ଉପସ୍ଥାପନ ହେବ, ବଜେଟ୍ ପାରିତ ହେବ ।

ସରକାରୀ ଦଳ ବଜେଟ୍ ଉପସ୍ଥାପନା କରିବେ । ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । ବିରୋଧୀ ମାନେ ବିରୋଧାଭାସ କଲେ, ବିଶୃଙ୍ଖଳା କଲେ ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳ ବିରୋଧୀ ଭୂମିକା ନିଭାନ୍ତୁ । ଗଠନମୂଳକ ପରାମର୍ଶ ଦିଅନ୍ତୁ । ସମୟ ଅଛି ସର୍ବଦଳୀୟ ବୈଠକ ଡକାଯିବ । ଏ ନେଇ ତାରିଖ ସ୍ଥିର ହୋଇନି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଥିଲେ ।


You Can Read:

ଜନ୍ମସ୍ଥଳୀରେ ପାଳିତ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.