ନୂଆ ସରକାର ନୂଆ ନୀତିରେ ଚାଲିବ, ଅସାଧୁ ମିଲରଙ୍କୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | January 23, 2025 IST

ଭୁବନେଶ୍ବର ୨୩୧: ଅସାଧୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କଡ଼ା ଚେତାବନୀ । ଯେଉଁ ମିଲର ମାନେ ଅଧିକ କଟ୍‌ନୀ ଛଟ୍‌ନୀ କରୁଛନ୍ତି, କଥା ମାନୁନାହାନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି । ଯେଉଁ ମିଲର ସରକାରଙ୍କ ନିୟମ ମାନିବେ ନାହିଁ, ମନମାନି କରିବେ, ପୁରୁଣା ନୀତିରେ ଚାଲିବେ ସେସବୁ ଆଉ ଚାଲିବ ନାହିଁ । ନୂଆ ସରକାର ନୂଆ ନୀତିରେ ଚାଲିବ । କୃଷକ ମାନଙ୍କୁ ହଇରାଣ କଲେ କଡ଼ା ଆକ୍ସନ ହେବ ବୋଲି ଯୋଗାଣ ମନ୍ତ୍ରୀ ଚେତାଇ ଦେଇଛନ୍ତି ।

କଟ୍‌ନି ଛଟ୍‌ନି କଲେ ତୁରନ୍ତ ସସ୍‌ପେଣ୍ଡ ନିର୍ଦ୍ଦେଶ,ଖରାପ ଧାନ ନଆଣିବାକୁ ଚାଷୀଙ୍କୁ ପରାମର୍ଶ

ଗତ ୨୧ ତାରିଖରେ ଯୋଗାଣ ମନ୍ତ୍ରୀ କହିଥିଲେ, ରାଜ୍ୟରେ ସୁରୁଖୁରୁରେ ଚାଲିଛି ଧାନ କିଣା । କଟ୍‌ନି ଛଟ୍‌ନି ହେଉନି । କାଁ ଭାଁ ଯଦି କେଉଁଠି କିଛି ସମସ୍ୟା ହେଉଛି ତାକୁ ସମାଧାନ କରାଯାଉଥିବା କହିଥିଲେ ଯୋଗାଣ ମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଆମର ୭୨୦୮ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି । ୩୪ ଲକ୍ଷ ୨୯ ହଜାର ମେଟ୍ରିକ୍ ଟନ୍ ଧାନ ବର୍ତ୍ତମାନ ସୁଦ୍ଧା ସରକାର କିଣି ସାରିଛନ୍ତି । ଯେଉଁଠି କଟ୍‌ନି ଛଟ୍‌ନି ଅଭିଯୋଗ ଆସୁଛି ସେଠି ତୁରନ୍ତ ଆକ୍ସନ ନିଆଯାଉଛି । ଯେଉଁମାନେ କରୁଛନ୍ତି ତାଙ୍କୁ ସସ୍‌ପେଣ୍ଡ କରିବାକୁ ଯୋଗାଣ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷା କାରଣରୁ କିଛି ସ୍ଥାନରେ ଧାନ ଡିସକଲର ହୋଇଯାଇଛି । କ୍ଷତିପୂରଣ ପାଇଥିବା ଚାଷୀ ସେହି ଧାନକୁ ମଣ୍ଡିକୁ ନେଇ ଆସୁଥିବାରୁ ସମସ୍ୟା ହେଉଛି । ଖରାପ ଧାନ ମଣ୍ଡିକୁ ନଆଣିବାକୁ ଚାଷୀଙ୍କୁ ଯୋଗାଣ ମନ୍ତ୍ରୀ ନିବେଦନ କରିଥିଲେ । 

କିଛି ଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରୁ ମଣ୍ଡି ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ଖରାପ ଧାନ କହି ମିଲର ନେଉନାହାନ୍ତି ତ ଆଉ କେଉଁଠି କଟ୍‌ନି ଛଟ୍‌ନିର ଅଭିଯୋଗ ଆଣୁଛନ୍ତି ଚାଷୀ । ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଥିଲେ ମଧ୍ୟ କିଛି ଦଲାଲ ଗଳାବାଟରେ କାରବାର ଚଳାଇଛନ୍ତି ।

ସେପଟେ ଭଦ୍ରକରେ ଧାନ ସଂଗ୍ରହ ବେଳେ ମିଲର୍ସଙ୍କ ମନମାନି ପାଇଁ କାର୍ଯ୍ୟାନୁଷ୍ଠାନ । ସମବାୟ ସମିତି ବୁଲିବା ବେଳେ ଜିଲ୍ଲାପାଳ ଅଭିଯୋଗର ତଦନ୍ତ କରିଥିଲେ । ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୩ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ଉତ୍ତର ନ ରଖିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଥିଲେ । 

ଧାନ ସଂଗ୍ରହ ବେଳେ ମିଲର୍ସଙ୍କ ମନମାନି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟନୁଷ୍ଠାନ

ଭଦ୍ରକ ଜିଲ୍ଲାରେ ଧାନ ସଂଗ୍ରହ ବେଳେ ମଣ୍ଡି ଓ ମିଲରଙ୍କ ବିରୋଧରେ ଅଭିଯୋଗ ଆସୁଥିଲା । ଏହି ଆଧାରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ଗେଲଟୁଆ ଓ ଆମ୍ବରୋଳି ସ୍ଥିତ ଦୁଇଟି ମଣ୍ଡି ବୁଲୁଥିଲେ । ଚାଷୀଙ୍କ ସହ ଆଲୋଚନା ପରେ ଅଭିଯୋଗ ଶୁଣିଥିଲେ । ପରେ ୩ଟି ମିଲ୍ ଯଥା ଜେଏମଡି, ୱାଇଜିପି, ଅଦିତିକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ମିଲରଙ୍କୁ ପ୍ରଶଂସା କରିଥିଲେ । ତେବେ ଟାର୍ଗେଟ୍‌କୁ ନଜରରେ ରଖି ଆଗକୁ ଅନ୍ୟ ଜିଲ୍ଲାର ମିଲରଙ୍କୁ ମଧ୍ୟ ଧାନ ସଂଗ୍ରହ ପାଇଁ ଦାୟିତ୍ଵ ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।

You Can Read:

ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ, ବିରୋଧୀ ଦଳ ବିରୋଧୀ ଭୂମିକା ନିଭାନ୍ତୁ : ବାଚସ୍ପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.