ଭଦ୍ରକ: ଧାନ ସଂଗ୍ରହ ବେଳେ ମିଲର୍ସଙ୍କ ମନମାନି ପାଇଁ କାର୍ଯ୍ୟାନୁଷ୍ଠାନ। ସମବାୟ ସମିତି ବୁଲିବା ବେଳେ ଜିଲ୍ଲାପାଳ ଅଭିଯୋଗର ତଦନ୍ତ କରିଛନ୍ତି। ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୩ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଉତ୍ତର ନ ରଖିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
ଭଦ୍ରକ ଜିଲ୍ଲାରେ ଧାନ ସଂଗ୍ରହ ବେଳେ ମଣ୍ଡି ଓ ମିଲରଙ୍କ ବିରୋଧରେ ଅଭିଯୋଗ ଆସୁଥିଲା। ଏହି ଆଧାରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ଗେଲଟୁଆ ଓ ଆମ୍ବରୋଳି ସ୍ଥିତ ଦୁଇଟି ମଣ୍ଡି ବୁଲୁଥିଲେ। ଚାଷୀଙ୍କ ସହ ଆଲୋଚନା ପରେ ଅଭିଯୋଗ ଶୁଣିଥିଲେ।
ପରେ ୩ଟି ମିଲ୍ ଯଥା ଜେଏମଡି, ୱାଇଜିପି, ଅଦିତିକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ମିଲରଙ୍କୁ ପ୍ରଶଂସା କରିଛନ୍ତି। ତେବେ ଟାର୍ଗେଟକୁ ନଜରରେ ରଖି ଆଗକୁ ଅନ୍ୟ ଜିଲ୍ଲାର ମିଲରଙ୍କୁ ମଧ୍ୟ ଧାନ ସଂଗ୍ରହ ପାଇଁ ଦାୟିତ୍ଵ ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।