ବୁଢା ହନୁମାନଙ୍କ ପ୍ରତିଷ୍ଠା ଉତ୍ସବ, ୫୦୦ ବର୍ଷ ତଳୁ ଆରମ୍ଭ ହୋଇଥିଲା ପୂଜା

Published By : Prameya-News7 Bureau | January 22, 2025 IST

News7

ଭଦ୍ରକ: ଅଲୌକିକ ଶକ୍ତିର ପ୍ରତୀକ ବାବା ବୁଢ଼ା ହନୁମାନ। ଭଦ୍ରକ ପୌରପାଳିକା ଅଧୀନ ଚରମ୍ପା ୧ ନମ୍ବର ୱାର୍ଡରେ ଅବସ୍ଥିତ ଶ୍ରୀହନୁମାନଜୀଉଙ୍କ ମନ୍ଦିର ପୁନଃ ପ୍ରତିଷ୍ଠା ଏବଂ ବାବା ବୁଦ୍ଧେଶ୍ୱରଙ୍କ ପ୍ରତିଷ୍ଠା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହେଉଛି । ପ୍ରଥମ ଦିନରେ ପୁଣ୍ୟତୋୟା ସାଳନ୍ଦୀ ନଦୀରୁ କଳସ ଶୋଭାଯାତ୍ରା ପରେ ବିଗ୍ରହ ପ୍ରତିଷ୍ଠା ଏବଂ ତୃତୀୟ ଦିନରେ ପହଞ୍ଚିଛି ପ୍ରତିଷ୍ଠା ଉତ୍ସବ। ଶେଷ ଦିନରେ ପୂର୍ଣ୍ଣାହୁତି ହେବାକୁ ଥିବା ବେଳେ ଭକ୍ତଙ୍କ ଗହଳି ବଢ଼ିବାକୁ ଲାଗିଛି।

ଲୋକକଥା ଅନୁସାରେ ବହୁ ପୁରାତନ,୧୦ ପିଢ଼ିର ତଥା ୫ଶହ ବର୍ଷ ତଳର ହେଉଛନ୍ତି ବାବା ବୁଢା ହନୁମାନ। ତେଣୁ ତାଙ୍କୁ ପାତାଳି ହନୁମାନ ବୋଲି ମଧ୍ୟ କୁହାଯାଏ। ପ୍ରବାଦ ରହିଛି ଯେ ପୂର୍ବରୁ ବାବାଙ୍କ ଜଣେ ପୂଜକ ରାଗି ପୂଜା ବନ୍ଦ କରିଥିଲେ କାରଣ ବାବା ବୁଢା ହନୁମାନ ଧୀରେ ଧୀରେ ବଢିବାକୁ ଲାଗୁଥିଲେ ତେଣୁ ପୂଜା କରିବାକୁ ପୂଜକଙ୍କ ହାତ ନପାଇବାରୁ ପୂଜା ବନ୍ଦ କରିଥିଲେ। 

ସେବେଠୁ ଜଙ୍ଘ ଯାଏ ବଢି ବାବା ବୁଢ଼ା ହନୁମାନ ରହିଥିବା ବେଳେ ଗ୍ରାମବାସୀ, ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସହାୟତାରେ ଏବଂ ବାବାଙ୍କ କୃପାରୁ ନୂତନ ମନ୍ଦିରଟିଏ ନିର୍ମାଣ ହୋଇପାରିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। 

ତେବେ ପ୍ରତିଷ୍ଠା ଦିବସରୁ ଆରମ୍ଭ କରି ପ୍ରତ୍ୟେକ ଦିନ ସାହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପ୍ରବାଦ ରହିଛି ବାବା ବୁଢ଼ା ହନୁମାନଙ୍କ ପାଖରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୁଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.