ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତି ନେବେ : ଆଇନ ମନ୍ତ୍ରୀ

Published By : Prameya-News7 Bureau | January 23, 2025 IST

ଭୁବନେଶ୍ବର ୨୩୧: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଖୁବ୍‌ଶୀଘ୍ର ସରକାର ନିଷ୍ପତି ନେବେ । ତଦନ୍ତ ପ୍ରକ୍ରିୟା କ’ଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତି ନେବେ । ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । 

ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ, ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ, ସେ ଭୟ ଦୂରେଇଯାଇଛି । ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ ଆଗାମୀ ଦିନରେ ଯେଉଁ ସତ୍ୟକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିଲା, ଯେ ଜଣେ ବିଶିଷ୍ଟ ଲୋକଙ୍କ ମୃତ୍ୟୁ ହେଲା । କାହିଁକି ହେଲା, କିଏ କଲା, ଷଡ଼ଯନ୍ତ୍ରରେ କିଏ ଭାଗୀଦାର ଥିଲେ । ଏସବୁ କଥା ଆଗାମୀ ଦିନରେ ନିଶ୍ଚିତ ଭାବେ ଆସିବ ବୋଲି ଆଶା ଅଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସେପଟେ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବହୁତ ତଥ୍ୟ ସେ ସମୟରେ ଦେଇଥିଲି । ଆଜି ବି ଦେଇଛି । ତାହା ଆଇସୋଲେସନରେ ରହିଛି । ବିସ୍ତାର ଭାବେ ଆଗକୁ ଏ ବିଷୟରେ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।



You Can Read:

ଜାନୁଆରୀ ୩୧ରେ ସରିବ କେୱାଇସି, ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ଯୋଗାଣ ମନ୍ତ୍ରୀଙ୍କ ଅପିଲ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.