ଭୁବନେଶ୍ୱର ୦୬।୦୨ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ ଡ଼କ୍ଟର ଅରବିନ୍ଦ ପାନଗେରିୟା । ସାକ୍ଷାତ ପରେ ଉଭୟ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି ।
ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ ଡ଼କ୍ଟର ଅରବିନ୍ଦ ପାନଗେରିୟା। ଷୋଡ଼ଶ ଅର୍ଥ କମିଶନଙ୍କ ସହ ୧୫ ଜଣ ସଦସ୍ୟ ମଧ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ଅବସରରେ ଷୋଡ଼ଶ ଅର୍ଥ କମିଶନ ଏବଂ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନ ବୁଲିଛନ୍ତି । ବୁଧବାର ଦିନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ଷୋଡ଼ଶ ଅର୍ଥ କମିଶନ ଏବଂ ତାଙ୍କ ଟିମ୍ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟରେ ବହୁ ପ୍ରମୁଖ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଭେଟିବାରେ କାର୍ଯ୍ୟକ୍ରମ ରହିଛି। ତେବେ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଆଗାମୀ ୫ ବର୍ଷ ପାଇଁ ୧୨.୫୬ ଲକ୍ଷ କୋଟିର ଦାବି ରଖିପାରେ ଓଡି଼ଶା। ସମସ୍ତ କାର୍ଯ୍ୟ ଶେଷ ପରେ ଶୁକ୍ରବାର ଦିନ ଷୋଡ଼ଶ ଅର୍ଥ କମିଶନ ଏବଂ ତାଙ୍କ ଟିମ୍ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।