କାଳ ହେଲା ଘନ କୁହୁଡି, ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ କଳାକାର

Published By : Prameya-News7 Bureau | February 06, 2025 IST

ବାସୁଦେବପୁର ୦୬/୦୨: କାଳ ହେଲା ଘନ କୁହୁଡି । ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରା କଳାକାରଙ୍କ ଗାଡି । ଦୁର୍ଘଟଣାରେ ଗାଡି ସମ୍ପୂର୍ଣ ନଷ୍ଟ ହେଇଯାଇଛି । ତେବେ ଅଳ୍ପକେ ବର୍ତିଲେ ଯାତ୍ରା ସ୍ଵର୍ଣ୍ଣମହଲର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନସ କୁମାରଙ୍କ ସହ ଅନ୍ୟ ୩ଜଣ ନୃତ୍ୟ କଳାକାର ।ବାସୁଦେବପୁର ଥାନା ଭୈରବପୁର ପଟା ପୋଲ ନିକଟରେ ଘଟିଛି ଦୁର୍ଘଟଣା । 

ସୂଚନା ଥାଉକି, ରାଜକନିକାରୁ ଯାତ୍ରା ସାରି ନିଜ ଘର ବାଲେଶ୍ୱର ଜିଲା ସୋରକୁ ଫେରୁଥିଲେ କଳାକାର । ଏହି ସମୟରେ କୁହୁଡ଼ି ହେତୁ ରାସ୍ତା ଦେଖାଯାଇନଥିଲା । ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିଲା । ଫଳରେ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ କଳାକାରମାନେ । କିନ୍ତୁ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.