ଓଡ଼ିଶା-ଆନ୍ଧ୍ର ସୀମା ବିବାଦରେ ବଳିପଡିଲେ ମହିଳା, ସୁଭଦ୍ରା ଯୋଜନାରୁ ହେଲେ ବଞ୍ଚିତ

Published By : Prameya-News7 Bureau | February 06, 2025 IST

କୋରାପୁଟ ୦୬।୦୨ : ଓଡ଼ିଶା-ଆନ୍ଧ୍ର ସୀମା ବିବାଦରେ ବଳିପଡ଼ିଲେ କୋଟିଆ ମହିଳା। ସୁଭଦ୍ରା ଯୋଜନାରୁ ହେଲେ ବଞ୍ଚିତ। ମାଲକାନଗିରିର ବଣ୍ଡାଘାଟୀ ପରେ ଏବେ କୋରାପୁଟ କୋଟିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ। ଓଡ଼ିଶା ଓ ଆନ୍ଧ୍ରରେ ଆଧାର କାର୍ଡ ରହିଥିବାରୁ ଏପରି ସମସ୍ୟା ଦେଖାଦେଇଛି। ଆନ୍ଧ୍ର ଆଧାର ଅପଡେଟ୍‌ ଥିବାରୁ ଓଡ଼ିଶା ସୁଭଦ୍ରା ଯୋଜନାରେ ସାମିଲ୍ ହୋଇ ପାରୁନାହାନ୍ତି କୋଟିଆ ଅଞ୍ଚଳରେ ବସବାସ କରୁଥିବା ମହିଳା। 

କୋଟିଆ ପଞ୍ଚାୟତର ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି କିନ୍ତୁ ମାତ୍ର ୨୦ରୁ ୩୦ ପ୍ରତିଶତ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ତେବେ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ବିବାଦୀୟ ଗାଁର ସମସ୍ତ ହିତାଧିକାରୀ ବାଦ୍ ପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବାକୁ ଥିବାବେଳେ ଯୋଜନାରେ କୋଟିଆ ମହିଳାଙ୍କୁ ମଧ୍ୟ ସାମିଲ୍ କରିବାକୁ ଦାବି ହୋଇଛି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.