ଚଣ୍ଡିଖୋଲ ୨୧।୪: ବଡ଼ଚଣାରେ ବେଧଡକ ଚାଲିଛି ବେଆଇନ ଲଘୁ ଖଣିଜ ପରିବହନ । ସବୁ ଜାଣି ଚୁପ୍ ହୋଇ ବସିଛି ପ୍ରଶାସନ । ଏ ନେଇ ପ୍ରଶ୍ନ ଉଠାଇଛନ୍ତି ବଡ଼ଚଣା ବିଜେଡ଼ି ନେତା । ବଡ଼ଚଣା ବିଜେଡ଼ି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର କହିଛନ୍ତି, ବଡ଼ଚଣାର ବିଭିନ୍ନ ଅଞ୍ଚଳରୁ ମୋରମ, ମାଟି, ମାଙ୍କଡ଼ା ପଥର ଓ ବାଲି ଚୋରା ଚାଲାଣ କରାଯାଉଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିଭିନ୍ନ ସ୍ଥାନରେ ଲଘୁଖଣିଜ ପରିବହନ ଲିଜ୍ ଥାଇ ସୁଦ୍ଧା ସରକାରୀ ନିୟମକୁ ଖାତିର ନକରି ଅଧିକ ପରିମାଣରେ ଲଘୁଖଣିଜ ପଦାର୍ଥ ପରିବହନ କରାଯାଉଛି । ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ପ୍ରଶାସନିକ ସ୍ତରରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଅନ୍ୟପଟେ ଏହି ଲଘୁଖଣିଜ ଲୁଟ୍ରେ ବଡ଼ଚଣା ବିଧାୟକଙ୍କ ସହଯୋଗୀ ମାନେ ରହିଥିବା ବେଳେ ବିଧାୟକ କେମିତି ଜାଣିପାରୁ ନାହାନ୍ତି ବୋଲି ବିଜେଡି ନେତା ପ୍ରଶ୍ନ ଉଠାଇଛି । ନିର୍ବାଚନ ପୂର୍ବରୁ ବିଧାୟକ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଧାୟକ ଫେଲ୍ ମାରିଛନ୍ତି ବୋଲି ବିଜେଡି ନେତା ଅଭିଯୋଗ ଆଣିଛନ୍ତି । ଆଗାମୀ ଦିନରେ ବେଆଇନ ଲଘୁଖଣିଜ ପରିବହନ ପ୍ରଶାସନ ପକ୍ଷରୁ ରୋକ୍ ଲଗାନଯାଏ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ନେତା ଚେତାବନୀ ଦେଇଛନ୍ତି ।
You Can Read:
ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି