ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି

Published By : Prameya-News7 Bureau | April 21, 2025 IST

କଟକ ୨୧ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଓ ତାଙ୍କ ପରିବାରକୁ ସାମିଲ କରାଯିବା ପାଇଁ ଦାବି । ଏଭଳି ଦାବି କରିଛି ଭାରତୀୟ ମଜଦୂର ସଂଘ ବିଧି ପ୍ରକୋଷ୍ଠ ଷ୍ଟେଟ ଲିଗାଲ ସେଲ୍ । କଟକ ହାଇକୋର୍ଟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ପକ୍ଷରୁ ଏଭଳି କୁହାଯାଇଛି । ରାଜ୍ୟରେ ବହୁତ ଓକିଲ ଓ ତାଙ୍କ ପରିବାର ରହିଥିବା ବେଳେ ଓକିଲ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ସରକାର ଏହି ପଦକ୍ଷେପ ନିଅନ୍ତୁ ବୋଲି ନିକଟରେ ରାଜ୍ୟ ଆଇନୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ସଂଘ ପକ୍ଷରୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଥିଲା । ତେବେ ଏହାକୁ ଆଇନ ମନ୍ତ୍ରୀ ଗ୍ରହଣ କରିଥିବା ବେଳେ ଏନେଇ ଖୁବ୍ ଶୀଘ୍ର ଏକ କମିଟି ଗଠନ କରାଯାଇ ପଦକ୍ଷେପ ଗ୍ରହଣ କରିବେ ବୋଲି ସଂଘ ସାମ୍ବାଦିକ ସମ୍ମିଳନୀରେ କହିଛି । ଆଇନଜୀବୀ ମାନେ ଆଇନ ପାଠ ପଢ଼ିବା ସହ ନିଜ ପେଶାରେ ବହୁତ ଆର୍ଥିକ ସମସ୍ୟା ଦେଇ ଗତି କରିଥାନ୍ତି । ତେଣୁ ଓକିଲଙ୍କ ସ୍ବାସ୍ଥ୍ୟ ନିମନ୍ତେ ଏହା ନିହାତି ଜରୁରୀ ବୋଲି ଭାରତୀୟ ମଜଦୂର ସଂଘ କହିଛି ।


You Can Read:

ଆଉ ଗୋଟେ ଶୂନ୍ୟ ସ୍ଥାନ ସୃଷ୍ଟି ହେଉଛି ନୂଆ ଆଞ୍ଚଳିକ ଦଳ ପାଇଁ, ଯାହାକୁ ଏଡ଼ାଇ ହେବ ନାହିଁ : ଅମର ଶତପଥୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.