ଅରୁଣଙ୍କ ମନ୍ତବ୍ୟ ବିଜେପି କେନ୍ଦ୍ରୀୟ ଦଳ, ଏଯାଏଁ ରାଷ୍ଟ୍ରୀୟ କି ରାଜ୍ୟ ସଭାପତି ବାଛୁ ନାହାନ୍ତି, ମନମୋହନଙ୍କ କାଉଣ୍ଟର ବିଜେପି ବିଷୟରେ ଟିକା ଟିପ୍ପଣୀ ନକରିବା ଭଲ

Published By : Prameya-News7 Bureau | April 21, 2025 IST

ଭୁବନେଶ୍ବର ୨୧ବିଜେପି ସଭାପତି ଚୟନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ । ସେ କହିଥନ୍ତି, ବିଜେପି କେନ୍ଦ୍ରୀୟ ଦଳ, ଏ ଯାଏଁ ରାଷ୍ଟ୍ରୀୟ ସଭାପତି କି ରାଜ୍ୟ ସଭାପତି ବାଛୁ ନାହାନ୍ତି । ବିଜେଡିର ସଭାପତି ଚୟନ ଶୃଙ୍ଖଳା ସହ ସରିଛି । ପ୍ରଫୁଲ୍ଲ ମଲ୍ଲିକ ଅତି ନମ୍ର ସହ କହିଛନ୍ତି, କିଛି ଘଟଣା ଘଟିବ ନାହିଁ । ଯିଏ ଆଶଙ୍କା କରୁଛନ୍ତି, ସିଏ ହତାଶ ହେବେ । ୧ରୁ ୧୦୦ ନମ୍ବର ଯାଏଁ ବିଜେଡିର ସବୁ ନବୀନ ପଟ୍ଟନାୟକ ।

ସେପଟେ ବିଜେପି ସଭାପତି ନିର୍ବାଚନ ବିଳମ୍ବ ହେବା ନେଇ ଅରୁଣ ସାହୁଙ୍କ ଟାର୍ଗେଟ୍ ଉପରେ ଜବାବ ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡ଼ିକୁ କଟାକ୍ଷ କଲେ ମନମୋହନ । ବିଜେପି ବିଷୟରେ ଟିକା ଟିପ୍ପଣୀ କରିବା ଉଚିତ୍ ନୁହେଁ । ସେମାନଙ୍କ ହିସାବରେ ବିଜେଡ଼ି ଶୃଙ୍ଖଳିତ ଦଳ ଏବଂ ବିଜେପି ବିଶୃଙ୍ଖଳିତ ଦଳ । କିନ୍ତୁ ଲୋକ ଦିନ ଦ୍ବିପ୍ରହରରେ ଦେଖୁଛନ୍ତି, ସବୁ ଦଳର ଅବସ୍ଥା କ’ଣ । ନିଜ ଦଳର ଅବସ୍ଥା ଦେଖନ୍ତୁ, ବିଜେପି ବିଷୟରେ ଟିକା ଟିପ୍ପଣୀ ନକରିବା ଭଲ । 

You Can Read:

କଂଗ୍ରେସ ପଦଯାତ୍ରା ପ୍ରସଙ୍ଗ : ଓଡ଼ିଶାବାସୀ କଂଗ୍ରେସକୁ ବିରୋଧୀ ଦଳ ଭାବେ ୨୦ବର୍ଷ ସୁଯୋଗ ଦେଇଥିଲେ, ସେ ସୁଯୋଗ ସେମାନେ ହାତଛଡା କଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.