ହୋଟେଲରେ ଠକଙ୍କ ଫେକ୍‌ ଇଣ୍ଟରଭ୍ୟୁ, ଆଶାୟୀଙ୍କୁ ଦେଉଥିଲେ ଇସ୍ରାଏଲରେ ମୋଟା ଅଙ୍କର ଦରମାରେ ଚାକିରି ପ୍ରଲୋଭନ

Published By : Prameya-News7 Bureau | April 21, 2025 IST

ଭୁବନେଶ୍ବର: ଚାକିରି ନାଁରେ ଠକେଇ। ମୁମ୍ବାଇର ତିନି ଦଲାଲଙ୍କୁ ଗିରଫ କଲା ଖାରବେଳନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବାବୁଲାହାରି ଗୌଡ଼, ମହେଶ ରାମଚନ୍ଦ୍ର ଲାଖଣ୍ଡେ ଓ କିରଣ ଶଶୀକାନ୍ତ ଘୁମରେ। ଏମାନେ ଇସ୍ରାଏଲରେ ଚାକିରି କରାଇ ଦେବାକୁ ଏକ ହୋଟେଲରେ ଇଣ୍ଟରଭ୍ୟୁ କରୁଥିଲେ। ଏମିତିକି ଏମାନେ ନକଲି ନିଯୁକ୍ତି ପତ୍ର ସହ ବହୁ ଫେକ୍‌ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ରଖିଥିଲେ। ଯାହାକୁ ପୋଲିସ ହୋଟେଲରୁ ଜବତ କରିଛି। ଭାରତ ସରକାରଙ୍କ ଜଣେ ଅଧିକାରୀ ଅଭିଯୋଗ ପରେ ଗିରଫ କଲା ପୋଲିସ।

ସୂଚନା ଅନୁଯାୟୀ, ଆଶାୟୀ ଯୁବକଙ୍କୁ ଚାକିରି କଲେ ମାସକୁ ୨ ଲକ୍ଷ ଦରମା ମିଳିବ ବୋଲି ପ୍ରଲୋଭନ ଦେଖାଉଥିଲେ। ଆହୁରି ମଧ୍ୟ ଜଣାପଡ଼ିଛି ଯେ, ପ୍ରକୃତରେ ଏମାନେ ଯୁଦ୍ଧ ପ୍ରପୀଡ଼ିତ ରାଜ୍ୟକୁ ମାନବ ଚାଲାଣ କରୁଥିଲେ। ଆଉ ଏବାବଦକୁ ଜଣଙ୍କ ପିଛା ୭୦ ହଜାର ଟଙ୍କା ନେଉଥିଲେ। 

ତେବେ ଏମାନଙ୍କ ଗିରଫ ଦାରୀ ନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି, ଫ୍ରଡ୍ ଜବ୍ ରାକେଟ କାବୁ କରିଛି। ତିନି ଜଣକୁ ଗିରଫ କରାଯାଇଛି। ଏମାନେ ସୋସିଆଲ ମିଡିଆରେ ଫେକ୍‌ ବିଜ୍ଞାପନ ମଧ୍ୟ ଦେଇଥିଲେ ଆଶାୟୀଙ୍କୁ ଡାକୁଥିଲେ। ତେବେ ଭାରତ ସରକାରଙ୍କ ଜଣେ କର୍ମଚାରୀଙ୍କ ସୂଚନା ଆଧାରରେ ସର୍ଚ୍ଚ କରି ଏମାନଙ୍କ ଗିରଫ କରାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.