ନୂଆଦିଲ୍ଲୀ: ଭାରତରେ ଗ୍ରୀଷ୍ମକାଳୀନ ଫସଲର କ୍ଷେତ୍ରଫଳରେ ହ୍ରାସ ଦେଖିବାକୁ ମିଳିଛି। କୃଷି ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆ ତଥ୍ୟ ଅନୁସାରେ ଭାରତରେ ଗ୍ରୀଷ୍ମକାଳୀନ ଫସଲ ପାଇଁ ଆବଶ୍ୟକ ଭୂମି କ୍ଷେତ୍ର ସାମାନ୍ୟ ହ୍ରାସ ପାଇଁ ୬୯.୨୦ ଲକ୍ଷ ହେକ୍ଟର ହୋଇଛି।
ବର୍ଷ ୨୦୨୨ର ସମାନ ଅବଧିରେ ଗ୍ରୀଷ୍ମକାଳୀନ ଫସଲ ଭୂମିର ସଂଖ୍ୟା ୭୦.୩୯ ଲକ୍ଷ ହେକ୍ଟର ଥିଲା। ମନ୍ତ୍ରାଳୟରେ ସୂଚନାରୁ ଜଣାପଡ଼ିଛି ଯେ ଡାଲିଜାତି ଓ ମୋଟା ଶଶ୍ୟ ଚାଷ ବର୍ଷକୁ ବର୍ଷ ବଢ଼ି ଚାଲିଥିବା ବେଳେ ତୈଳ ଜାତିୟ ଫସଲ ଓ ଚାଉଳ ଚାଷ ପାଇଁ ଜମି କମ୍ ରହିଛି।
ଡାଲି ଓ ମୋଟା ଶଶ୍ୟ ଚାଷ ଜମିର କ୍ଷେତ୍ରଫଳକୁ ଦେଖିଲେ ଏହା ଯଥାକ୍ରମେ ୧୮.୪୪ ଲକ୍ଷ ହେକ୍ଟରୁ ବଢ଼ି ୧୯.୬୧ ଲକ୍ଷ ହେକ୍ଟର ଓ ୧୧.୩ ଲକ୍ଷ ହେକ୍ଟରରୁ ବଢ଼ି ୧୧.୭ ଲକ୍ଷ ହେକ୍ଟର ହୋଇଯାଇଛି।
ସେହିପରି ଚାଉଳ ଓ ତୈଳଜାତ ଫସଲ ଜମିର କ୍ଷେତ୍ରଫଳ ଯଥାକ୍ରମେ ୨୯.୮୦ ଲକ୍ଷ ହେକ୍ଟରୁ ହ୍ରାସ ପାଇ ୨୭.୮୯ ଲକ୍ଷ ହେକ୍ଟର ଓ ୧୦,୮୫ ଲକ୍ଷ ହେକ୍ଟରରୁ ୯.୯୬ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ସୂଚନା ଥାଉକି ସବୁଜ ଚଣା,ଜ, ବଜାର, ମାଣ୍ଡିଆ, ମକ୍କା, ଚିନାବାଦାମ, ସୂର୍ଯ୍ୟମୁଖୀ ଓ ଖସା ଭଳି ପ୍ରମୁଖ ଗ୍ରୀଷ୍ମକାଳୀନ ଫସଲ ରୂପରେ ଚାଷ କରାଯାଏ।
ଭାରତରେ ସାଧାରଣତଃ ତିନି ଫସଲି ଚାଷ କରାଯାଇଥାଏ। ଗ୍ରୀଷ୍ମ, ଖରିପ ଓ ରବି ଚାଷ। ଅକ୍ଟୋବର ଓ ନଭେମ୍ବର ସମୟରେ ବୁଣାଯାଇଥିବା ଫସଲ ଓ ପାଚିଲେ ଜାନୁଆରୀ-ମାର୍ଚ୍ଚରେ କଟାଯାଉଥିବା ଫସଲକୁ ରବି ଫସଲ କୁହାଯାଇଥାଏ। ସେହିପରି ଜୁନ-ଜୁଲାଇରେ ବୁଣାଯାଇ ଅକ୍ଟୋବର ନଭେମ୍ବରରେ କଟାଯାଉଥିବା ଫସଲକୁ ଖରିପ ଫସଲ କୁହାଯାଏ। ରବି ଓ ଖରିପ ମଝିରେ ଉତ୍ପାଦନ ହେଉଥିବା ଫସଲକୁ ଗ୍ରୀଷ୍ମକାଳୀନ ଫସଲ କୁହାଯାଇଥାଏ।
{"width":837,"height":558}ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରାଳୟ ବର୍ଷ ୨୦୨୩-୨୪ରେ ଖାଦ୍ୟନ୍ନ ରେକର୍ଡ ୩,୩୨୦ ଲକ୍ଷ ଟନ ଉତ୍ପାନର ଲକ୍ଷ୍ୟ ରଖିଛନ୍ତି। ଯାହା ଗତବର୍ଷ ୩୨୩୫ ଲକ୍ଷ ଟନ୍ ନୂଆ ଅନୁମାନ ଥିଲା। ଚଳିତ ବର୍ଷ ଡାଲିଜାତୀୟ ଫସଲର ଉତ୍ପାଦନ ୨୭୮.୧ ଲକ୍ଷ ଟନ୍ ତୁଲନାରେ ୨୯୨.୫ ଲକ୍ଷ ଟନ୍ ନିର୍ଦ୍ଧାରିତ କରାଯାଇଛି। ୨୦୨୩-୨୪ ବର୍ଷ ପାଇଁ ତୈଳଜାତୀୟ ଫସଲର ଉତ୍ପାଦନ ୪୦୦ ଲକ୍ଷ ଟନ୍ ବଢ଼ି ୪୪୦ ଲକ୍ଷ ଟନ୍ କରାଯିବ ବୋଲି କୃଷି ମନ୍ତ୍ରାଳୟ ଲକ୍ଷ ରଖିଛି।
ସେହିପରି ୨୦୨୩-୨୪ ପାଇଁ ବାଜରା ଉତ୍ପାଦନ ଲକ୍ଷ ୨୦୨୨-୨୩ ୧୫୯.୧ ଲକ୍ଷ ଟନ୍ରୁ ୧୭୦ ଲକ୍ଷ ଟନ୍ ନିର୍ଦ୍ଧାରିତ କରାଯାଇଛି। କେନ୍ଦ୍ର ସରକାର କହିଥିଲେ ଯେ ତାଙ୍କର ରଣନୀତି ଅନ୍ତଃ ଫସଲ ଓ ଫସଲ ବିଭିଧକରଣ ବହୁ ଉତ୍ପାନଯୁକ୍ତ ବିହନକୁ ଆରମ୍ଭ କରି କମ ଉତ୍ପାଦନଯୁକ୍ତ ଅଞ୍ଚଳଗୁଡ଼ିକରେ ଉପଯୁକ୍ତ କୃଷି ପଦ୍ଧତି ଆପଣାଇ ଉତ୍ପାଦକତା ବୃଦ୍ଧି ମାଧ୍ୟମରେ ଫସଲର କ୍ଷେତ୍ର ବଢ଼ାଇବାକୁ ପଡ଼ିବ।
{"width":842,"height":503}