ଭୁବନେଶ୍ୱର ୨୨।୦୫ : ବିଜେପି ସରକାରର ବିଫଳତାର ତାଲିକା ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଯିବ ବିଜେଡି । ସରକାରକୁ ଆସିବାର ଶହେ ଦିନରେ ସବୁ କରିବାକୁ କହିଥିଲେ ବିଜେପି, ହେଲେ ବର୍ଷେ ହେବାକୁ ଆଉ ମାତ୍ର ୨୦ ଦିନ ବାକି ଅଛି । କୁଆଡେ ଗଲା ସବୁ କାମ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଯେଉଁ ସଫଳତାର ଫର୍ଦ୍ଦ ପ୍ରସ୍ତୁତ କରିଛନ୍ତି । ଆଗ ତାକୁ ଦିଅନ୍ତୁ. ତା ପରେ ବିଫଳତାର ଫର୍ଦ୍ଦ ଲୋକଙ୍କୁ ବିଜେଡି ଦେବ ।ଲୋକ ଜାଣନ୍ତି ଦାୟିତ୍ୱବାନ ବିରୋଧୀ ଦଳ ଭାବେ ବିଜେପି ଯାହା କହି କରିନି, ସେ ବିଫଳତା ସ୍ପଷ୍ଟ ଭାବେ ଲୋକଙ୍କ ପାଖରେ ରଖିବ ବିଜେଡି । ବିଜେପି କେବେ ବି ଘର ଘରକୁ ଯାଇ ପାରିବେ ନାହିଁ । ବଜାର ଛକରେ ବସି ମିଟିଂ କରିବେ, ହେଲେ ଗୋଟେ ଘରକୁ ବି ଯାଇ ନାହାନ୍ତି । କେବେ ବି ଘରକୁ ଯାଆନ୍ତି ନାହିଁ । କେବଳ ପ୍ରତି କାର୍ଯ୍ୟକ୍ରମରେ କୁହନ୍ତି ଯେ ଘରକୁ ଯିବୁ । ଏ ଦିଗରେ ବିଜେଡି ଖୁବ ଶୀଘ୍ର ଏକ ବୈଠକ କରି ଆଲୋଚନା କରିବ ।