ଉପ-ନିର୍ବାଚନ ସ୍ଥଗିତ ନେଇ ବର୍ଷିଲେ ଭକ୍ତ ଓ ପ୍ରମିଳା, କହିଲେ ଲୋକଙ୍କୁ ଭେଟିବାକୁ ଡରୁଛନ୍ତି ସରକାର

Published By : Prameya-News7 Bureau | May 22, 2025 IST

ଭୁବନେଶ୍ୱର ୨୨/୦୫: ପଞ୍ଚାୟତ ଉପନିର୍ବାଚନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ପୁଣି ସ୍ଥଗିତ ରଖିଛନ୍ତି ସରକାର । ଯାହାକୁ ନେଇ ବର୍ଷିଛନ୍ତି ପିସିସି ଭକ୍ତ ଚରଣ ଦାସ ଓ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଦୁଇ ଦଳର ନେତା ଘଟଣାକୁ ନେଇ କହିଛନ୍ତି ସରକାର ସାଧାରଣ ଲୋକଙ୍କୁ ଭେଟିବା ପାଇଁ ଡରୁଛନ୍ତି । 

ସେମାନେ ଲୋକଙ୍କ ପାଇଁ କାମରେ ନାହାନ୍ତି । ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ କଣ ଜନିନଥିଲେ ଆଗକୁ ବର୍ଷାଦିନ ଅଛି ବୋଲି? ସରକାର ପ୍ରସ୍ତୁତ ନାହାନ୍ତି । ନିର୍ବାଚନ ପାଇଁ ତାଙ୍କ ଦଳ ପ୍ରସ୍ତୁତ ନାହିଁ । ତାଙ୍କ ଦଳୀୟ ପ୍ରସ୍ତୁତ କରିବା ପରେ ନିର୍ବାଚନ କରିବେ ବୋଲି ଯୋଜନା କରିଛନ୍ତି।


ସୂଚନା ଥାଉକି, ମୌସୁମୀ ପାଇଁ ଉପ-ନିର୍ବାଚନ ସ୍ଥଗିତ ରଖିବାକୁ ରାଜ୍ୟ କମିଶନ ନିଷ୍ପତ୍ତି ନେଇଛନ୍ତି । ୧ହଜାର ୧୩୧ଟି ଖାଲି ପଦ ପୂରଣ ପାଇଁ ବାହାରି ଥିବା ବିଜ୍ଞପ୍ତି ରଦ୍ଦ ହୋଇଛି । ଜିଲ୍ଲା ଅଧିକାରୀ ଏବଂ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ପାଇଁ ଉପ-ନିର୍ବାଚନକୁ ଘୁଞ୍ଚାଇବାକୁ କହିଥିଲେ । ଏଥର ମୌସୁମୀ ସଅଳ ଆସିବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ।

ସେପଟେ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ପରେ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ପାଣିପାଗ ଯୋଗୁଁ ଉପନିର୍ବାଚନ ବାତିଲ ହେବା କଥାକୁ ନିନ୍ଦା କରିଛି ଦଳ । ବିଜେପି ଚାପି ପକାଇ ନିର୍ବାଚନ ସ୍ଥଗିତ କରୁଛି କି ବୋଲି ପ୍ରଶ୍ନ କରିଛି ଦଳ । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛନ୍ତି । ପୂର୍ବରୁ ବିଜେପି ଚଞ୍ଚକତା କରି ଜିତିଥିଲେ । ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ଅଭିଯୋଗ କରିଛି ବିଜେଡି । ଏପଟେ କଂଗ୍ରେସ ସହ ସ୍ୱର ମିଳାଇଛି କଂଗ୍ରେସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.