‘KBC’ ଛାଡିବେ ଅମିତାଭ୍ ବଚ୍ଚନ ! ସଲମାନ ଖାନ୍ କରିବେ ଶୋ’ର ହୋଷ୍ଟ…

Published By : Prameya-News7 Bureau | May 22, 2025 IST

ମୁମ୍ଵାଇ ୨୨।୦୫; ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ଗତ ୨୫ ବର୍ଷ ଧରି ସବୁଠାରୁ ଲୋକପ୍ରିୟ ଟିଭି ଶୋ' 'କୌନ ବନେଗା କରୋଡପତି' ହୋଷ୍ଟ କରିଆସୁଛନ୍ତି। ଏହି ମଧ୍ୟରେ, ଶାହରୁଖ ଗୋଟିଏ ସିଜିନ୍ ମଧ୍ୟ ହୋଷ୍ଟ କରିଥିଲେ, କିନ୍ତୁ ସବିଏଁ ବିଗ୍‌ ବିଗ୍‌ ଖୋଜିଥିଲେ। ଏବେ ଲାଗୁଛି ଯେ ଏହି ଶୋ’ ସହିତ ତାଙ୍କର ଯାତ୍ରା ଶେଷ ହେବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ, ସଲମାନ ଖାନ KBC ପାଇଁ ଆଲୋଚନାରେ କରୁଛନ୍ତି। ଏକ ସୂତ୍ରରୁ ଜଣାପଡିଛି ଯେ, "ସଲମାନ ଖାନ ଛୋଟ ପରଦାର ରାଜା ଏବଂ ଦର୍ଶକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିବାରୁ ସେ ଅମିତାଭ ବଚ୍ଚନଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି। ଏହା ମଧ୍ୟ କୁହାଯାଉଛି ଯେ ଟଙ୍କାକୁ ନେଇ ଆଲୋଚନା ଚାଲିଛି ଏବଂ ଯଦି ସବୁକିଛି ଠିକ୍ ରହେ ତେବେ ସଲମାନ ଖାନ 'କୌନ ବନେଗା କରୋଡପତି'ର ନୂଆ ହୋଷ୍ଟ ହୋଇପାରିବେ। କାରଣ ଅମିତାଭ ବ୍ୟକ୍ତିଗତ କାରଣରୁ ଶୋ' ଛାଡି ଦେଉଛନ୍ତି। ଏ ବିଷୟରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ।

ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ 'ବିଗ୍ ବସ୍' ବିଷୟରେ ମଧ୍ୟ ଖବର ଆସିଛି। ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଜୁନ ମାସରେ ଏହି ଶୋ'ର ପ୍ରୋମୋ ଭିଡିଓ ସୁଟିଂ କରିବେ। ଏହି ଶୋ’ ଜୁଲାଇ ମାସରୁ ଟିଭିରେ ପ୍ରସାରିତ ହେବ। ଏବେ ଏଣ୍ଡେମୋଲସାଇନ୍ ଇଣ୍ଡିଆ ନାମକ ଏକ ପ୍ରଯୋଜନା କମ୍ପାନୀ 'ବିଗ୍ ବସ୍' ପ୍ରଡ୍ୟୁସ୍‌ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.