ଅରବିନ୍ଦ କେଜ୍ରିଓ୍ବାଲଙ୍କ ବଡ଼ ଘୋଷଣା; ଦୁଇ ଦିନ ଭିତରେ ଛାଡ଼ିବେ ମୁଖ୍ୟମନ୍ତ୍ରୀ ପଦ

Published By : Prameya-News7 Bureau | September 15, 2024 IST

ନୂଆଦଲ୍ଲୀ 15/09 : ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର  ଆମ ଆଦମୀ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଥିଲେ।  କାର୍ଯ୍ୟାଳୟରେ ପାର୍ଟି ନେତାଙ୍କୁ ସାକ୍ଷାତ କରି ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ କ୍ରେଜିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍‌ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ।

ସେ କହିଛନ୍ତି, "ମୁଁ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ସେମାନଙ୍କର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ। ମୁଁ ଏବେ ପ୍ରତ୍ୟେକ ଘର ଓ ରାସ୍ତାକୁ ଯିବି। ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ; ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନାହିଁ। ଫେବୃଆରୀରେ ନିର୍ବାଚନ ଅଛି । ଆସନ୍ତା ଦୁଇ ଦିନ ମଧ୍ୟରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଜଣେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଷଡଯନ୍ତ୍ର ତାଙ୍କର ଦୃଢ଼ ସଂକଳ୍ପକୁ ଭାଙ୍ଗି ପାରିବ ନାହିଁ ଏବଂ ଦେଶ ପାଇଁ ସଂଗ୍ରାମ ଜାରି ରହିବ। ମୋର ଦାବି ହେଉଛି ନିର୍ବାଚନ ତୁରନ୍ତ କରାଯାଉ। ଆସନ୍ତା 1-2 ଦିନ ମଧ୍ୟରେ ନୂଆ ସିଏମ୍ ନିର୍ବାଚନ କରାଯିବା ଉଚିତ୍।’’

କେଜ୍ରିୱାଲ କହିଛନ୍ତି, 'କିଛି ଲୋକ କହୁଛନ୍ତି ଯେ ସୁପ୍ରିମକୋର୍ଟ କିଛି ସର୍ତ୍ତ ରଖିଛନ୍ତି।  ଗତ 10 ବର୍ଷ ମଧ୍ୟରେ ସେମାନେ ଏହି ସର୍ତ୍ତ ଲଗାଇବାରେ କୌଣସି ସୁଯୋଗ ଛାଡି ନାହାଁନ୍ତି। କେନ୍ଦ୍ର ସରକାର ଏକ ଆଇନ ପ୍ରସ୍ତୁତ କରି ମୋର କାମ ବନ୍ଦ୍ କରିବାକୁ ଚେଷ୍ଟା କରିଥିଲେ। ଏହି ସର୍ତ୍ତଗୁଡିକ ହେଉଛି,  ଯଦି ଆପଣ ଭାବୁଛନ୍ତି କିଜ୍ରିୱାଲ ସଚ୍ଚୋଟ ତେବେ ତାଙ୍କ ସପକ୍ଷରେ ଭୋଟ୍ ଦିଅନ୍ତୁ । ଏମିତି ଅନେକ କିଛି।'  

ତେବେ  ଜେଲ୍‌ରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ ଏବଂ ଅମାନତୁଲ୍ଲା ଖାନଙ୍କୁ ଖୁବ ଶୀଘ୍ର ମୁକ୍ତ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।  ଏହାସହ ତାଙ୍କ ସମର୍ଥନ ପାଇଁ ଦିଲ୍ଲୀବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି,  'ଦିଲ୍ଲୀବାସୀ  ମୋ ପାଇଁ ପ୍ରାର୍ଥନା କରିଛନ୍ତି ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।  ମୁଁ ଜେଲରେ ଅନେକ ବହି ପଢ଼ିଛି ରାମାୟଣ ଗୀତା। ଭଗତ ସିଂହ ଡାଏରୀ ବି ପଢ଼ିଛି। '

ଜେଲରେ ବିତାଇଥିବା ଅନୁଭୂତିକୁ ବାଣ୍ଟି କେଜ୍ରିୱାଲ କହିଛନ୍ତି, " ମୋ ପାର୍ଟି ଦେଶର ରାଜନୀତି ବଦଳାଇଦେଇଥିଲା।  ଜେଲ ବସି ଭାବିବାକୁ ସମୟ ମିଳିଲା। ମୁଁ ଜେଲରୁ କେବଳ ଗୋଟିଏ ଚିଠି ଲେଖିଥିଲି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ।  ସ୍ବାଧୀନତା ଦିବସ ଅବସରରେ ମୋ ଅନୁପସ୍ଥିତିରେ ଆପ୍‌ ନେତ୍ରୀ ଅତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ ଅନୁମତି ମାଗିଥିଲି। ହେଲେ ସେ ଠିଚି ମୋ ପାଖକୁ ଫେରସ୍ତ ଆସିଯାଲା। ଆଉ ଯଦି ମୁଁ ଅଧିକ ଚିଠି ଲେଖିବି  ତେବେ ମୋ ପରିବାରକୁ ଭେଟିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଗଲା।"

Also Read-  ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ, ସଂଗଠନ ପ୍ରତି ବିଶ୍ବସ୍ତ ରହିବାକୁ ଚାହେଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.