ଅଣସେବାୟତ ରଥରେ ଚଢିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ରଥ ଉପରେ ମୋବାଇଲ ମନା : ଅରବିନ୍ଦ ପାଢୀ

Published By : Prameya-News7 Bureau | July 12, 2024 IST

ପୁରୀ ୧୨: ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇବା ପରେ ଅରବିନ୍ଦ ପାଢୀ ଗୁଣ୍ଡିଚା ମନ୍ଦିର ଯାଇ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ହେଉଛି ପ୍ରାଥମିକତା । ସମସ୍ତ ନିଯୋଗ ସହ ବୈଠକ କରିବେ । ଅଣସେବାୟତଙ୍କୁ ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅଣସେବାୟତ ରଥ ଉପରେ ଚଢିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । 

ସେହିଭଳି ପହଣ୍ଡି ବିଜେ ଅଘଟଣ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଅରବିନ୍ଦ ପାଢୀ । ତିନି ଜଣିଆ କମିଟି ରିପୋର୍ଟ ଦେଲେ ତର୍ଜମା କରିବେ । ବ୍ୟବସ୍ଥାବଳୀ ଅନୁଯାୟୀ ରଥ ଉପରେ ରହିବେ ଅଧିକୃତ ସେବକ । ରଥ ଉପରେ ମୋବାଇଲ ମନା । ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ।

You Can Read:

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ, ମା’ ମହାଲକ୍ଷ୍ମୀଙ୍କ ରୋଶର ଶିକାର ହେଲେ ମହାପ୍ରଭୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.