ମୁମ୍ୱାଇ ୨୭/୦୧: କ୍ରିକେଟର ତଥା ଭାରତୀୟ ପେସର ମହମ୍ମଦ ସିରାଜ । ଖାଲି ଖେଳ ନୁହେଂ ଏବେ ପ୍ରେମରେ ବି କରୁଛନ୍ତି କ୍ଲିନ୍ ବୋଲ୍ଡ । ଫଟୋ ଭାଇରାଲ ପରେ ବଢିଲା ଚର୍ଚ୍ଚା । ବଲିଉଡ୍ର ଆଇକନିକ୍ ସିଙ୍ଗର ଆଶା ଭୋସଲେଙ୍କ ନାତୁଣୀ ଜାନାଇ ଭୋସଲେଙ୍କ ସହ ପ୍ରେମରେ ଉବୁଟୁବୁ ଡିଏସ୍ପି ସାର୍ । ଜାନାଇ ଭୋସଲେ ଏଇ କିଛି ଦିନ ହେବ ଡେଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି ।
ସୂଚନା ଥାଉକି, ଜାନାଇ ନିଜର ୨୩ ତମ ଜନ୍ମଦିନକୁ ଗ୍ରାଣ୍ଡ ଅନ୍ଦାଜରେ ସେଲିବ୍ରେଟ୍ କରିଥିଲେ । ପାର୍ଟିର ଗୋଟିଏ ଫଟୋରେ ଜାନାଇ ମହମ୍ମଦ ସିରାଜଙ୍କ ସହ ନଜର ଆସିଥିଲେ । ଖାଲି ନଜର ଆସିନଥିଲେ ଦୁହେଁ ଦୁହେଁ ବହୁତ କ୍ଲୋଜ ଅପ୍ ସିନ୍ ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିଥିଲେ । ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲାଗିଯାଇଛି ଗସିପ୍ ନିଆଁ ।
ସଂଗେ ସଂଗେ ଉଭୟଙ୍କ ପ୍ରେମ ସଂପର୍କ ନେଇ ଶୁଣିବାକୁ ମିଳୁଛି । ତେବେ ଜାନାଇ ଏହି ଫଟୋ ଭାଇରାଲର ହେବାର ପ୍ରତିକ୍ରିୟା ରଖିଥିଲେ, ସତ କହିଥିଲେ । ଜାନାଇ ଇନଷ୍ଟାରେ ରିଆକ୍ଟ କରି ଲେଖିଥିଲେ ମୋ ପ୍ରିୟ ଭାଇ । ସେହିଭଳି ମହମ୍ଦ ସିରାଜ ବି ଜାନାଇଙ୍କ ପୋଷ୍ଟକୁ ରି-ସେୟାର କରି କହିଥିଲେ କି, ମୋ ଭଉଣୀ ପରି କେହି ଭଉଣୀ ନାହାଁନ୍ତି ।
ଲେଖିଥିଲେ ୟା ବିନା ମୁଁ ଆଉ କେଉଁଠି ରହିପାରିବି ନାହିଁ । ଜାନାଇ ଭୋସଲେ ଓ ସିରାଜ ଉଭୟଙ୍କ ଡେଟିଂ ଖବରରେ ଲଗାଇଛନ୍ତି ଫୁଲଷ୍ଟପ୍ । ଦୁଇଜଣ ଯାକ ସଫା ସଫା ମନା କରି କହିଛନ୍ତି କି, ଆମେ ଦୁିିଇଜଣ କେବଳ ଭାଇ ଭଉଣୀ । ଜାନାଇ ହେଉଛନ୍ତି ଆଶା ଭୋସଲେଙ୍କ ନାତୁଣୀ ତଥା ଶ୍ରଦ୍ଧା କାପୁରଙ୍କ ସଂପର୍କୀୟ ଉଭଣୀ । ଏବେ ସେ ବଲିଉଡ୍ରେ ଡେବ୍ୟୁ କରିବାକୁ ତୟାର ହେଉଛନ୍ତି ।
you can also read...
ରୋହିତ ଶର୍ମାଙ୍କୁ ବାଧିଗଲା ଦିଗ୍ଗଜଙ୍କ କଥା, ରାଗିଯାଇ ବିସିସିଆଇରେ କଲେ ଅଭିଯୋଗ !