ବିଧାନସଭା ବଜେଟ୍ ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ସରଗରମ ରହିପାରେ ଗୃହ

Published By : Prameya-News7 Bureau | February 17, 2025 IST

ଭୁବନେଶ୍ୱର ୧୭।୦୨: ବିଧାନସଭା ବଜେଟ୍‌ ଅଧିବେଶନ । ଗୋଟିଏ ଦିନର ବିରତି ପରେ ଆଜି ପୁଣି ସରଗରମ ରହିପାରେ ବିଧାନସଭା। ସୋମବାର ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ଉପସ୍ଥାପିତ ହେବ l ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝି ଗୃହରେ ବଜେଟ ଆଗତ କରିବେ l ଏଥର ବଜେଟ ପାଖପାଖି ୧୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି l 

ସେହିପରି ସୋମବାର ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲୋକ୍ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ବାକି ଶୂନ୍ୟକାଳରେ ବାରବାଟୀ ଅବ୍ୟବସ୍ଥା, ଆଇନ ଶୁଙ୍ଖଳା, କେନ୍ଦ୍ର ଅବହେଳା ପରି ଅନେକ ପ୍ରସଙ୍ଗ ଉଠିପାରେ l ଯାହାକି ଆଜିର ଗୃହକୁ ସରଗରମ କରିପାରେ ବୋଲି ଅନୁମାନ କରାଯାଉଛି ।  

ଅନ୍ୟପଟେ ଶାସକ ଦଳ ମଧ୍ୟ ବହୁ ପ୍ରସଂଗ ଉଠାଇପାରେ l ବିରୋଧୀ ବିଜେଡି ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଅନୁଦାନ ନଥିବା ନେଇ ବିରୋଧି ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଥିଲେl ତେଣୁ ଏଥର ରାଜ୍ୟ ବଜେଟ ପେଡ଼ିରେ କଣ ରାଜ୍ୟବାସୀଙ୍କ ପାଇଁ ରହିଛି ତାହା ଉପରେ ସମସ୍ତଙ୍କ ନଜର ।

ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ, ଗତବର୍ଷ ଅପେକ୍ଷା ୧୫ ପ୍ରତିଶତ ବଢିପାରେ ବ୍ୟୟ ଅଟକଳ

 

  • odisha
  • odisha vs tamilnadu
  • Odisha Assembly
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.