୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ମତ୍ସ୍ୟ ଅଧିକାରୀ, ଭଡା ଘରୁ ମିଳିଲା ସାଢ଼େ ୩ଲକ୍ଷ ଟଙ୍କା

Published By : Prameya-News7 Bureau | May 01, 2025 IST

ସୋନପୁର ୧।୫ମତ୍ସ୍ୟ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ସହକାରୀ ମତ୍ସ୍ୟ ଅଧିକାରୀ । ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ । ତାଙ୍କ ସହ ସମ୍ପୃକ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । 

ସବସିଡି ରିଲିଜ କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ ନେଉଥିଲେ ଲାଞ୍ଚ । ପ୍ରଥମେ ୪୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ମତ୍ସ୍ୟ ଅଧିକାରୀ । ତେବେ ୩୦ ହଜାର ଟଙ୍କା ଦେବାକୁ ଫାଇନାଲ ହୋଇଥିଲା । 

ଚଢାଉ ବେଳେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସୋନପୁର ସ୍ଥିତ ଭଡା ଘରୁ ମିଳିଲା ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା ।  ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ମିଳିଲା ୪୮ ହଜାର ୬୧୦ ଟଙ୍କା । ମୋଟ୍‌ ୪ ଲକ୍ଷ ୭ ହଜାର ୩୧୦ ଟଙ୍କା ଜବତ କରିଛି ଭିଜିଲାନ୍ସ । 

You Can Read:

ଆଗରୁ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଥିଲା ବିଜେଡ଼ି, କେନ୍ଦ୍ରର ଏହି ନିଷ୍ପତ୍ତି ନିର୍ବାଚନୀ ଷ୍ଟଣ୍ଟ ନହେଉ ବୋଲି କହିଲେ ବିଜେଡି ନେତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.