ପୁଣି ଥରେ ଭାଙ୍ଗିଗଲା ଗ୍ରାଣ୍ଡସ୍ଲାମ୍‌ ଜିତିବାର ସ୍ୱପ୍ନ, ଅଷ୍ଟ୍ରେଲିଆନ୍ ଓପନ୍‌ରୁ ବାଦ ପଡ଼ିଲେ ନୋଭାକ ଜୋକୋଭିଚ୍

Published By : Prameya-News7 Bureau | January 24, 2025 IST

ନୂଆଦିଲ୍ଲୀ: ଷ୍ଟାର ଟେନିସ୍ ଖେଳାଳି ନୋଭାକ ଜୋକୋଭିଚ୍ ୨୦୨୫ ଅଷ୍ଟ୍ରେଲିଆନ୍ ଓପନରୁ ବାଦ ପଡ଼ିଛନ୍ତି। ଜୋକୋଭିଚ୍ ଆଘାତ ଯୋଗୁଁ ସେମିଫାଇନାଲ ମ୍ୟାଚ୍ ମଝିରେ ରିଟାର୍ଡ ନେଇଥିଲେ। ଜର୍ମାନୀର ଆଲେକଜାଣ୍ଡାର ଜେଭରେଭଙ୍କ ବିପକ୍ଷରେ ସେ ଖେଳୁଥିଲେ। ତାଙ୍କର ଜେଭରେଭ୍‌ ପ୍ରଥମ ସେଟ୍ ୭-୬ରେ ଜିତିଥିଲେ କିନ୍ତୁ ପରେ ଜୋକୋଭିଚ୍ ଅବସର ନେଇଥିଲେ। ଯାହା ଜର୍ମାନ ଖେଳାଳିଙ୍କୁ ୱାକଓଭର ଦେଇଥିଲା। ଏହାସହ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି ଜେଭେରେଭ୍‌। ସେପଟେ ଦ୍ୱିତୀୟ ସେମିଫାଇନାଲରେ ଇଟାଲୀର ୟାନିକ୍ ସିନର ଏବଂ ଆମେରିକାର ବେନ୍ ସେଲଟନଙ୍କ ମଧ୍ୟରେ ମୁକାବିଲା ହେବ। ଏହାର ବିଜେତା ଫାଇନାଲରେ ଜେଭେରେଭ୍‌ଙ୍କୁ ଭେଟିବେ। 

ପ୍ରକାଶଥାଉକି- ଜୋକୋଭିଚ୍ ସର୍ବାଧିକ ସିଙ୍ଗଲ୍ସ (ପୁରୁଷ ଏବଂ ମହିଳା ସିଙ୍ଗଲ୍ସ) ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା କ୍ଷେତ୍ରରେ ପୂର୍ବତନ ଅଷ୍ଟ୍ରେଲିୟ କିମ୍ବଦନ୍ତୀ ମାର୍ଗାରେଟ କୋର୍ଟଙ୍କ ସହ ସମକକ୍ଷ। ସେମାନେ ମିଳିତ ଭାବରେ ମୋଟ ୨୪ଟି ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଜୋକୋଭିଚଙ୍କ ସ୍ୱପ୍ନ ଥିଲା ୨୦୨୪ରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ ମାରାଗେଟ୍‌ଙ୍କ ରେକର୍ଡ ଭାଙ୍ଗିଥାନ୍ତେ। କିନ୍ତୁ ତାଙ୍କର ଏହି ସ୍ୱପ୍ନ ପୁଣି ଭାଙ୍ଗି ଯାଇଛି।

ସର୍ବାଧିକ ଗ୍ରାଣ୍ଡସ୍ଲାମ (ପୁରୁଷ ଏବଂ ମହିଳା ସିଙ୍ଗଲ୍ସ)

  • ୧. ନୋଭାକ ଜୋକୋଭିଚ୍ (ପୁରୁଷ-ସର୍ବିଆ)- ୨୪ (ଅଷ୍ଟ୍ରେଲିଆ-୧୦, ଫରାସୀ-୩, ୱିମ୍ବଲଡନ-୭, ଆମେରିକା-୪)
  • ୨. ମାର୍ଗାରେଟ କୋର୍ଟ (ମହିଳା-ଅଷ୍ଟ୍ରେଲିଆ)- ୨୪ (ଅଷ୍ଟ୍ରେଲିଆ-୧୧, ଫରାସୀ-୫, ୱିମ୍ବଲଡନ-୩, ଆମେରିକା-୫)
  • ୩. ସେରେନା ୱିଲିୟମ୍ସ (ମହିଳା-ଆମେରିକା)- ୨୩ (ଅଷ୍ଟ୍ରେଲିଆ-୭, ଫରାସୀ-୩, ୱିମ୍ବଲଡନ-୭, ଆମେରିକା-୬)
  • ୪. ରାଫେଲ ନାଡାଲ (ପୁରୁଷ- ସ୍ପେନ)- ୨୨ (ଅଷ୍ଟ୍ରେଲିଆ-୨, ଫରାସୀ-୧୪, ୱିମ୍ବଲଡନ-୨, ଆମେରିକା-୪)
  • ୫. ଷ୍ଟେଫି ଗ୍ରାଫ୍ (ମହିଳା-ଜର୍ମାନୀ)- ୨୨ (ଅଷ୍ଟ୍ରେଲିଆ-୪, ଫରାସୀ-୬, ୱିମ୍ବଲଡନ-୭, ଆମେରିକା-୫)
  • ୬. ରୋଜର ଫେଡେରର (ସ୍ୱିଜରଲ୍ୟାଣ୍ଡ)- ୨୦ (ଅଷ୍ଟ୍ରେଲିଆ-୬, ଫରାସୀ-୧, ୱିମ୍ବଲଡନ-୮, ଆମେରିକା-୫)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.