ଓସିଏ ଅନୁବନ୍ଧିତ ସଂସ୍ଥାକୁ ୨୮-୨୯, ଫେବୃୟାରୀ ୬-୭ରେ ସାଧାରଣ ଲୋକଙ୍କୁ ଟିକେଟ

Published By : Prameya-News7 Bureau | January 24, 2025 IST

କଟକ ୨୪/୦୧: ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ବାରବାଟି ୱାନଡେ ପାଇଁ ଆସନ୍ତା ଓସିଏ ଅନୁବନ୍ଧିତ ସଂସ୍ଥାକୁ ଆସନ୍ତା ୨୮ ଓ ୨୯ ରେ ବିକ୍ରି କରାଯିବ ଟିକେଟ । ସେହିଭଳି ସାଧାରଣ ଲୋକଙ୍କ ପାଇଁ ଛଅ ଓ ସାତ ତାରିଖରେ ବିକ୍ରି କରାଯିବା ଟିକେଟ । 

କହିବାକୁ ଗଲେ ଫେବୃଆରୀ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍‌ । ଏଥିପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ପ୍ରଥମେ ଷ୍ଟାଡିୟମର ଭିତ୍ତିଭୂମି ସଜଡ଼ା ଯାଇଥିବା ବେଳେ ଏବେ ବିଭିନ୍ନ କାମକୁ ନେଇ ତର୍ଜମା କରାଯାଉଛି । ତେବେ ଏଥର ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଗ୍ୟାଲେରି ଟିକଟ୍ କାଉଣ୍ଟର ସ୍ଥାନ। ପୂର୍ବ କାଉଣ୍ଟର ସ୍ଥାନ ବଦଳାଇ ଷ୍ଟାଡିୟମ୍ ନିକଟରେ ନୂତନ ସ୍ଥାନରେ ଟିକଟ କାଉଣ୍ଟର କରିବାକୁ କମିଶନରେଟ ପୋଲିସର ଯୋଜନା ରଖିଛି । 

ଚଳିତ ବର୍ଷ ନୂତନ ସ୍ଥାନରେ ଗ୍ୟାଲେରୀ ଟିକଟ ବିକ୍ରି କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ । ବାରବାଟି ଦିନିକିଆରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ଜନ ସାଧାରଣଙ୍କ ସୁରକ୍ଷା ସହ ଦର୍ଶକ କିଭଳି ଭଲ ଭାବରେ ଖେଳ ଦେଖି ଫେରିବେ ତାହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି କହିଛନ୍ତି ଡିସିପି।

You can alos read...

ରିଅଲ ଲାଇଫ୍‌ରେ ଫ୍ଲପ୍ ହେଲେ ପୂର୍ବତନ ବ୍ୟାଟର, ୨୦ ବର୍ଷର ବୈବାହିକ ଜୀବନରେ ପଡିବ ପୂର୍ଣ୍ଣଛେଦ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.