ନୂଆଦିଲ୍ଲୀ ୧୪।୦୩; ୨୨ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୫ । ଏହାର ଫାଇନାଲ ମ୍ୟାଚ୍ ୨୫ ମଇରେ ଖେଳାଯିବ। IPL ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ହାତେଇଥିଲା ଟାଇଟଲ । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ବ୍ୟାଟିଂରେ ଏବଂ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିବା ପେସର ହର୍ଷଲ ପଟେଲ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ତେବେ ଆସନ୍ତୁ ଜାଣିବା ଏପର୍ଯ୍ୟନ୍ତ IPLର ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ବିଜେତାଙ୍କ ବିଷୟରେ...
ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୮ତମ ସିଜିନ୍ର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ । ଆଇପିଏଲ ୨୦୨୫ ସିଜିନରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ।
ଗତ ସିଜିନ୍ରେ କୋଲକାତା ନାଇଟ୍ ରାଇଡର୍ସ ଟାଇଟଲ ଜିତିଥିଲା । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ବ୍ୟାଟିଂରେ ଏବଂ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିବା ପେସର ହର୍ଷଲ ପଟେଲ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପୁରା ସିଜନରେ କୋହଲି ବ୍ୟାଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ । ସେ ସର୍ବାଧିକ ରନ ସ୍କୋର କରି ଅରେଞ୍ଜ କ୍ୟାପ ଜିତିଥିଲେ। ଏହାବ୍ୟତୀତ ହର୍ଷଲ ପଟେଲ ସର୍ବାଧିକ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ହାସଲ କରିଥିଲେ।
କୋହଲି ୨୦୨୪ ଆଇପିଏଲରେ ୧୫ଟି ମ୍ୟାଚ୍ ଖେଳି ୬୧.୭୫ ହାରରେ ଏବଂ ୧୫୪.୬୯ ଷ୍ଟ୍ରାଇକ୍ ରେଟ୍ ସହିତ ୭୪୧ ରନ୍ କରିଥିଲେ । ଏହି ସମୟରେ କିଙ୍ଗ କୋହଲି ଗୋଟିଏ ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ ଦ୍ୱିତୀୟ ଥର ପାଇଁ ଅରେଞ୍ଜ କ୍ୟାପ୍ ଉପରେ କବଜା କରିଥିଲେ। କୋହଲି ଆଇପିଏଲରେ ୨ଥର ଅରେଞ୍ଜ କ୍ୟାପ୍ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ପୂର୍ବରୁ କୋହଲି ୨୦୧୬ ସିଜିନରେ ୯୭୩ ରନ କରି ଅରେଞ୍ଜ କ୍ୟାପ ଜିତିଥିଲେ ।
ଆଇପିଏଲ୍ର ଓପନିଙ୍ଗ୍ ମ୍ୟାଚ୍ ୨୦୦୮ରେ ଖେଳାଯାଇଥିଲା । ଏଥିରେ ପ୍ରଥମ ବର୍ଷ ହିଁ ଶେନ୍ ଓ୍ବର୍ଣ୍ଣ ଜିତିଥିଲେ ପ୍ରଥମ ଅରେଞ୍ଜ କ୍ୟାପ୍ । ଏହାପରେ ୨୦୦୯ରେ ୫୭୨ ରନ୍ ସହ ମ୍ୟାଥ୍ୟୁ ହେଡନ, ୨୦୧୦ ସଚିନ ତେନ୍ଦୁଲକର, ୨୦୧୧ରେ କ୍ରିସ୍ ଗେଲ୍, ୨୦୧୨ରେ କ୍ରିସ୍ ଗେଲ୍, ୨୦୧୩ ମାଇକଲ୍ ହସି, ୨୦୧୪ ରବିନ୍ ଉତ୍ଥପା, ୨୦୧୫ରେ ଡେଭିଡ୍ ଓ୍ବାର୍ଣ୍ଣର, ୨୦୧୬ ବିରାଟ କୋହଲି, ୨୦୧୭ ଡେଭିଡ୍ ଓ୍ବାର୍ଣ୍ଣର, ୨୦୧୮ କେନ ଓ୍ବିଲିୟମ୍ ସନ୍, ୨୦୧୯ ଡେଭିଡ୍ ଓ୍ବାର୍ଣ୍ଣର, ୨୦୨୦ କେଏଲ୍ ରାହୁଲ, ୨୦୨୧ ରୁତୁରାଜ ଗାଏକ୍ବାଡ୍, ୨୦୨୨ ଜୋସ୍ ବଟଲର୍, ୨୦୨୩ ଶୁଭମାନ ଗିଲ୍, ୨୦୨୪ରେ ବିରାଟ କୋହଲି ଜିତିଥିଲେ ଅରେଞ୍ଜ କ୍ୟାପ୍ ।
ସେହିପରି ୨୦୦୮ରେ ସୋହେଲ୍ ତନବୀର, ୨୦୦୯ରେ ଆରପି ସିଂହ, ୨୦୧୦ରେ ପ୍ରଜ୍ଞାନ ଓଝା, ୨୦୧୧ରେ ଲସିଥ୍ ମାଲିଙ୍ଗା, ୨୦୧୨ରେ ମୋର୍ଣ୍ଣ ମୋର୍କଲ, ୨୦୧୩ ଡ୍ବେନ୍ ବ୍ରାଭୋ, ୨୦୧୪ ମୋହିତ ଶର୍ମା, ୨୦୧୬ରେ ଭୁବନେଶ୍ବର କୁମାର, ୨୦୧୭ରେ ଭୁବନେଶ୍ବର କୁମାର, ୨୦୧୮ରେ ଏଣ୍ଟ୍ରୁୟୁ ଟାୟ, ୨୦୧୯ରେ ଇମରାନ୍ ତାହିର, ୨୦୨୦ରେ କାଗିସୋ ରାବଡା, ୨୦୨୧ ହର୍ଷଲ ପଟେଲ୍, ୨୦୨୨ରେ ୟଜୁବେନ୍ଦ୍ର ଚହଲ, ୨୦୨୩ରେ ମହମ୍ମଦ ସାମୀ ଏବଂ ୨୦୨୪ରେ ହର୍ଷଲ ପଟେଲ୍ ଜିତିଥିଲେ ପର୍ପଲ୍ କ୍ୟାପ ।