ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକଙ୍କ ନାଁ ଘୋଷଣା; କେଏଲ ରାହୁଲ ନୁହେଁ ଏହି ଖେଳାଳି ନେବେ ନେତୃତ୍ବ

Published By : Prameya-News7 Bureau | March 14, 2025 IST

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଇଣ୍ଡିଆ ପ୍ରିମିୟର ଲିଗ୍ ଆରମ୍ଭ ହେଉଛି । ସିଜିନ୍ ଆରମ୍ଭ ହେବାର ଗୋଟିଏ ସପ୍ତାହ ପୂର୍ବରୁ ଆଇପିଏଲକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଅଧିନାୟକଙ୍କ ନାଁ ଘୋଷଣା କରିଛି । ଆଇପିଏଲ-୨୦୨୫ ସିଜିନରେ ଅଲରାଉଣ୍ଡର ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବେ । 

ଦିଲ୍ଲୀ କ୍ୟାପିଟାଲ୍ସର ନିଲାମୀ ବେଳେ କେଏଲ୍ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବେ ବୋଲି ଆଶା କରାଯାଉଥିଲା । କାରଣ ଡିସି ରିଷଭ ପନ୍ତଙ୍କୁ ରିଲିଜ୍ କରିବା ପରେ ରାହୁଲଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା । ମାତ୍ର ଆଇପିଏଲ୍ ସିଜିନ୍ ଆରମ୍ଭ ହେବାର ଗୋଟିଏ ସପ୍ତାହ ପୂର୍ବରୁ ଅକ୍ଷର ପଟେଲକୁ ଅଧିନାୟକ ଭାବେ ଘୋଷଣା କରିଛି । ଅକ୍ଷର ଟି-୨୦ କ୍ରିକେଟରେ ୧୬ରୁ ୨୦ଟି ମ୍ୟାଚରେ ବରୋଦାର ନେତୃତ୍ବ ନେଇଛନ୍ତି । ଏଥିରୁ ସେ ୧୦ଟି ମ୍ୟାଚରେ ଜିତ୍ ହାସଲ କରିଛନ୍ତି । 

ଗତ ବର୍ଷ ଆଇପିଏଲରେ  ଏମ. ଚିନ୍ନସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ହୋଇଛନ୍ତି । ଏହି ମ୍ୟାଚରେ ଦିଲ୍ଲୀ ୪୭ ରନରେ ପରାସ୍ତ ହୋଇଥିଲା । ଅଧିନାୟକ ଭାବେ ଅକ୍ଷର ପଟେଲ ଟି-୨୦ ମ୍ୟାଚରେ ୩୬.୪୦ ହାରରେ ୩୬୪ ରନ ସଂଗ୍ରହ କରିଥିଲେ । ସେହିପରି ଅଧିନାୟକ ଭାବେ ଅକ୍ଷର ପଟେଲ ୨୯.୦୭ ହାରରେ ୧୩ଟି ଓ୍ବିକେଟ୍ ହାସଲ କରିଛନ୍ତି ।   

ଅଧିନାୟକ ହେବା ଅକ୍ଷର ପଟେଲ୍ କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବା ବହୁତ ସମ୍ମାନ ଜନକ କଥା । ଦିଲ୍ଲୀ ଫ୍ରାଞ୍ଚାଇଜ୍ ତାଙ୍କ ଉପରେ ଭରସା କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବା ଖୁସିର କଥା, ଏଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଅକ୍ଷର ପଟେଲ୍ କହିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାର୍ଡ: ଅକ୍ଷର ପଟେଲ୍ (ଅଧିନାୟକ), କୁଲଦୀପ ଯାଦବ, ଟ୍ରିଷ୍ଟନ ଷ୍ଟବ୍ସ, ଅଭିଷେକ ପୋରେଲ୍, ମିଚେଲ୍ ଷ୍ଟାକ୍, କେଏଲ୍ ରାହୁଲ,   ଜୈକ୍ ଫ୍ରେଜର-ମୈକଗର୍କ, ଟି. ନଟରାଜନ, କରୁଣ ନାୟର, ସମୀର ରିଜବୀ, ଅଶୁତୋଷ ଶର୍ମା, ମୋହିତ ଶର୍ମା, ଫାଫ୍ ଡୁ ପ୍ଲେସି, ମୁକେଶ କୁମାର, ଦର୍ଶନ ନାଲକଣ୍ଡେ, ବିପ୍ରଜ ନିଗମ, ଦୁଷ୍କନ୍ଥା ଚାମିରା, ଡୋନଓ୍ବନ ଫରେରା, ଅଜୟ ମଣ୍ଡଳ, ମାନବନ୍ତ କୁମାର, ତ୍ରିପୁରାନା ବିଜୟ, ମାଧବ ତିଓ୍ବାରୀ ।... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.