ମହିଳା ପ୍ରିମିୟର ଲିଗ୍; ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଟକ୍କର

Published By : Prameya-News7 Bureau | March 14, 2025 IST

ମୁମ୍ବାଇ: ଶନିବାର ମହିଳା ପ୍ରିମିୟର ଲିଗ୍ ଫାଇନାଲ୍ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ସଂସ୍କରଣରେ ମଧ୍ୟ ଉଭୟ ଫାଇନାଲ୍‌ ଖେଳିଥିଲେ । ୧୫ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଭଦୋଦରା ବିସିଏ ଷ୍ଟାଡିୟମ‌ରେ ଫାଇନାଲ୍ ଟକ୍କର ଦେଖିବାକୁ ମିଳିବ ।

ଗୁରୁବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୪୭ ରନ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ ବିନିମିୟରେ ୨୧୩  ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜରାଟ  ଜାଏଣ୍ଟ୍‌ସ ୧୯.୨ ଓଭରରେ ୧୬୬ ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଅର୍ଦ୍ଧଶତକ ସହ ୩ଟି ୱିକେଟ୍‌ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ହେଲି ମାଥ୍ୟୁସ ପ୍ଳେୟାର ଅଫ ଦି ମ୍ୟାଚ୍‌ ହୋଇଥିଲେ ।

ଆସନ୍ତାକାଲି ହାଇଭୋଟେଜ୍ ଗେମ୍ ଦେଖିବାକୁ ମିଳିବ । ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଫାଲନାଲ ଫାଇଟ୍ ହେବ । ମ୍ୟାଚ୍ ଜିତି ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ମହିଳା ଦିଲ୍ଲୀ ଟିମ୍ । ସେପଟେ ଦ୍ବିତୀୟ ଥର ଫଟାଫଟ୍ କ୍ରିକେଟର ମହାକୁମ୍ଭ ଜିତିବାକୁ ଉଦ୍ୟମ କରିବ ମୁମ୍ବାଇ ଇଣ୍ଡିଆନ୍ସ । ଟିମ୍ ହର୍ମନପ୍ରୀତ୍ ପ୍ରଥମ ମହିଳା ଆଇପିଏଲର ପ୍ରଥମ ସଂସ୍କରଣକୁ ଜିତି ନେଇଥିଲା । ଚଳିତ ବର୍ଷ ଗୁଜରାଟ ଜାଏଣ୍ଟକୁ ୪୭ରନରେ ମାତ୍ ଦେଇ ପୁଣି ଥରେ ଫାଇନାଲକୁ ଉନୀତ ହୋଇଛି ।  ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.