ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ, ପଞ୍ଜିକରଣ କଲେଣି ୧୯ ଲକ୍ଷରୁ ଅଧିକ ଲୋକ

Published By : Prameya-News7 Bureau | March 13, 2025 IST

ଭୁବନେଶ୍ବର ମାର୍ଚ୍ଚ ୩୧ ଆବାସ ସର୍ଭେର ଡେଡ୍‌ଲାଇନ । ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ । ଏବେ ଯାଏଁ ସର୍ଭେରେ ସାଢେ ୧୯ ଲକ୍ଷ ଲୋକ ନାମ ପଞ୍ଜିକରଣ କଲେଣି । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ହେଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଚାଲିଛି । ମାର୍ଚ୍ଚ ୩୧ ଯାଏଁ ଚାଲିବ । ଆହୁରି ୧୭ରୁ ୧୮ଦିନ ଥିବାରୁ ଆହୁରି ଅଧିକ ଲୋକ ସାମିଲ ହେବେ ବୋଲି ଆଶା ।

ସେପଟେ, ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଅନ୍ତୋଦୟ ଗୃହ ଯୋଜନା । ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । 

ଗରିବ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ । 

ଏଥିପାଇଁ ଅନଲାଇନ ଆବେଦନ ଖୋଲିବ   । ଫୋନ୍ ନମ୍ବର ୦୬୭୪୬୮୧୭୭୭୭ ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ପଞ୍ଜିକୃତ କରିପାରିବେ । ପଞ୍ଚାୟତ ମାଧ୍ୟମରେ ବିଡ଼ିଓଙ୍କ ସହିତ ଯୋଗାଯୋଗ ପାଇଁ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ।

ବଜେଟ୍‌ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖିଛନ୍ତି । ମୋହନ ସରକାର ଉଲ୍ଲେଖଯୋଗ୍ୟ ଯେ, ବଜେଟ୍‌ରେ ଅନ୍ତୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥ‌ିବା ପରିବାରକୁ ପକ୍କା ଘର ଯୋଗାଇବାକୁ `ଅନ୍ତୋଦୟ ଗୃହ ଯୋଜନା' ରାଜ୍ୟ ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା ରହିଛି । ଏହା ଅଧିନରେ ଆସନ୍ତା ୩ ବର୍ଷରେ ଅତି କମ୍‌ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ । ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବଜେଟ୍‌ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି ।

You Can Read:

ବୁର୍ଲା ପାଓ୍ବାର ଚ୍ୟାନେଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର, ଉଦ୍ଧାର ହେଲା ମୃତଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.