ନୂଆଦିଲ୍ଲୀ ୨୫/୦୬: ମହାକାଶ ଅଭିମୁଖେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଆକ୍ସିଅମ୍-୪ ମିଶନ ଜରିଆରେ ସେ ଯାତ୍ରା କରିଛନ୍ତି । ଶୁଭାଂଶୁଙ୍କୁ ନେଇ ସାରା ବିଶ୍ୱ ଗର୍ବୀତ । ତେବେ ମିଶନକୁ ନେଇ ତାଙ୍କ ପରିବାର ବହୁତ ଖୁସି । ତେବେ ଶୁଭାଂଶୁ ମହାକାଶକୁ ଯିବା ପୂର୍ବରୁ ତାଙ୍କ ପତ୍ନୀ କାମନା ଶୁକ୍ଲାଙ୍କ ପାଇଁ ଲେଖିଛନ୍ତି ଖାସ୍ ସ୍ପେଶାଲ ମେସେଜ । ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ପତ୍ନୀଙ୍କୁ ଜଣାଇଛନ୍ତି ସ୍ୱତନ୍ତ୍ର ଧନ୍ୟବାଦ ।
ଶୁଭାଂଶୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଯେହେତୁ ଆମେ ୨୫ ତାରିଖ ସକାଳେ ଭାରତ ମାଟି ଛାଡୁଛୁ । ତେଣୁ ମୁଁ ମିଶନରେ ସାମିଲ ସମସ୍ତ ମେମ୍ୱରଙ୍କୁ ଧନ୍ୟବାଦ ଜଣାଉଛି । ଘରେ ଥିବା ସମସ୍ତ ଲୋକଙ୍କୁ ସେମାନଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ । ଜଣେ ମହାନ ସାଥୀ ହୋଇଥିବାରୁ ସ୍ତ୍ରୀ କାମନାଙ୍କୁ ବିଶେଷ ଧନ୍ୟବାଦ । କୌଣସି ବ୍ୟକ୍ତି ଏକା ମହାକାଶ ଯାତ୍ରା କରନ୍ତି ନାହିଁ। ଆମେ ଅନେକ ଲୋକଙ୍କ କାନ୍ଧରେ ବସି ଏହା କରୁ। ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି କୃତଜ୍ଞ। ଧନ୍ୟବାଦ।
ଶୁଭାଂଶୁ ଶୁକ୍ଲାଙ୍କ ପରିବାରରେ ଖୁସିର ମାହୋଲ ରହିଛି । ପରିବାର ସେମାନଙ୍କ ପୁଅର ଏହି ସଫଳତା ପାଇଁ ଖୁସି ପ୍ରକାଶ କରିଛି । ସେ କହିଥିଲେ ଯେ ଆମେ ଆମ ପୁଅ ପାଇଁ ଗର୍ବିତ, ତାଙ୍କ ଯୋଗୁଁ ଆଜି ଆମର ଛାତି ଗର୍ବରେ ପୂର୍ଣ୍ଣ ହୋଇଛି। ଶୁଭାଂଶୁଙ୍କ ବାପା କହିଥିଲେ, "ମୁଁ ମୋ ପିଲାର ଶୁଭକାମନା କରୁଛି। ଆଜି ମୋ ପିଲା ଏକ ମିଶନରେ ଯାଉଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଯେଉଁ ମିଶନ ନେଇ ଯାଉଛି ତାହା ସମାପ୍ତ ହେଉ।
ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୋ ପୁଅର ମିଶନ ନିଶ୍ଚିତ ଭାବରେ ସମାପ୍ତ ହେବ।" ମା ଖୁସି ପ୍ରକାଶ କରିଥିଲେ। ଶୁଭାଂଶୁ ଶୁକ୍ଳାଙ୍କ ମାଆ କହିଥିଲେ, "ଆଜି ମୁଁ ବହୁତ ଖୁସି। ମୁଁ ମୋର ଖୁସିକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ। ଆମେ ସମସ୍ତେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲୁ। ମୋ ପିଲାର ଉଡ଼ିବା ସମୟ ଆସିଯାଇଛି। ସମସ୍ତେ ମୋ ପିଲାର ଶୁଭକାମନା କରୁଛନ୍ତି।"
ଶୁଭାଂଶୁ ଶୁକ୍ଳାଙ୍କ ଭଉଣୀ ଶୁଚି ମିଶ୍ର ମଧ୍ୟ ତାଙ୍କ ଭାଇର ସଫଳତାରେ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମୁଁ ବହୁତ ଖୁସି। ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ଯେଉଁ ମିଶନରେ ଯାଉଛନ୍ତି ସେଥିରେ ସଫଳ ହୁଅନ୍ତୁ। ଆମର ପୂର୍ଣ୍ଣ ବିଶ୍ୱାସ ଯେ ସେ ଏହି ମିଶନରେ ନିଶ୍ଚିତ ଭାବରେ ସଫଳ ହେବେ। ସେ ଏଠାରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିଛନ୍ତି।