ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ବିଷ୍ଣୋୟୀ ଗ୍ୟାଙ୍ଗ ! ଭାଇଜାନଙ୍କ ଘନିଷ୍ଠତା ନେଲା କି ଜୀବନ ?

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟା ହୋଇଛି ।  ଶନିବାର ରାତିରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସେମାନଙ୍କୁ ମଧ୍ୟରୁ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ବାବା ସିଦ୍ଦିକିଙ୍କୁ କିଏ ଏବଂ କାହିଁକି ମାରିଲା ଏହା ଏବେ ଅସ୍ପଷ୍ଟ ରହିଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଗ୍ରୁପର ବୋଲି ଦାବି କରାଯାଉଛି ।

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋୟୀର ଲିଙ୍କ୍ ଥିବା ନେଇ ଦାବି ହେବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘନିଷ୍ଠ ହେବା ଯୋଗୁ ବାବା ସିଦ୍ଦିକିଙ୍କୁ ଟାର୍ଗେଟ୍ କରାଯାଇଥାଇପାରେ ବୋଲି କୁହାଯାଉଛି । ଗତ କିଛି ଦିନ ହେଲା ଲରେନ୍ସ ବିଷ୍ଣୋୟୀ ଗ୍ରୁପ୍ ସଲମାନ ଖାନଙ୍କ ପଛରେ ପଡ଼ିଯାଇଛି । ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ମଧ୍ୟ ଦେଉଛି । ଏନେଇ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସୁଟରମାନେ ୩ଥର ସଲୁ ମିଆଁକୁ ଟାର୍ଗେଟ୍ କରିଥିଲେ । ପ୍ରଥମ ଥର ରେଡ୍ଡୀ ଫିଲ୍ମ ସୁଂଟି ବେଳେ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା । ଦ୍ବିତୀୟ ଥର ପନଓ୍ବାଲ ଫାର୍ମ ହାଉସରେ ଟାର୍ଗେଟ୍ କରାଯାଇଥିଲା । ଏହାଛଡ଼ା ଲରେନ୍ସ ବିଷ୍ଣୋୟୀ ଗ୍ରୁପର ୨ଜଣ ସୁଟର ତୃତୀୟ ଥର ସଲମାନ ଖାନଙ୍କୁ ଘର ଉପରକୁ ଫାୟାରିଂ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣକୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହି ଦୁଇଜଣ ସଲମାନ ଖାନଙ୍କ ଗାଲାକ୍ସି ଅପାର୍ଟମେଣ୍ଟ ଉପରକୁ ଫାୟାରିଂ କରିବା ପୂର୍ବରୁ ଜେଲ୍‌ରେ ଥିବା ଲରେନ୍ସ ବିଷ୍ଣୋୟୀଙ୍କୁ ସାକ୍ଷାତ କରିଥିଲେ । ଏନେଇ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ନିଜ ଚାର୍ଜସିଟରେ ଉଲ୍ଲେଖ କରିଛି । 

ବିଷ୍ଣୋୟୀ ଗ୍ୟାଙ୍ଗକୁ ତିନି ଜଣ ମୋଷ୍ଟ୍ ଓ୍ବାଣ୍ଟେଡ୍ ଆମେରିକାରେ ବସି ଗ୍ରୁପକୁ ହ୍ୟାଣ୍ଡେଲ କରୁଛନ୍ତି । ଲରେନ୍ସ ବିଷ୍ଣୋୟୀର ଭାଇ ଏଥିରେ ମଧ୍ୟ ସାମିଲ୍ ରହିଛି । ବିଷ୍ଣୋୟୀ ଗ୍ୟାଙ୍ଗ କେବଳ ସଲମାନ ଖାନ ନୁହେଁ ତାଙ୍କ ନିକଟସ୍ଥ ଘନିଷ୍ଠ ମାନଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି । ପଞ୍ଜାବୀ କଣ୍ଠଶିଳ୍ପୀ ଗୋପି ଗ୍ରୋଓ୍ବାଲ, ସଲମାନ ଖାନଙ୍କ ସହିତ ଏକ ଆଲବମରେ ନଜରକୁ ଆସିଥିଲେ । ଏହା ପରେ ବିଷ୍ଣୋୟୀ ଗ୍ୟାଙ୍ଗ ତାଙ୍କୁ କାନାଡାରେ ଗୁଳି କରି ହତ୍ୟା କରିଥିଲା । ପଞ୍ଜାବୀ ସିଙ୍ଗର ଅଏପି ଧିଲୋନଙ୍କ ଘର ଉପରକୁ ମଧ୍ୟ ଫାୟାରିଂ କରାଇଥିଲା ଗ୍ୟାଙ୍ଗଷ୍ଟର ଗ୍ରୁପ୍ ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.