ନୂଆଦିଲ୍ଲୀ: ମଙ୍ଗଳବାର ୩୧ ଡିସେମ୍ବର ଅର୍ଥାତ୍ ଜିରୋ ନାଇଟ୍ ଏବଂ ବୁଧବାର ନୂଆବର୍ଷ । ଜିରୋ ନାଇଟ୍ ସେଲିବ୍ରେସନରୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ନୂଆବର୍ଷ ପୂର୍ବ ସଂଧ୍ୟାରୁ ଦିଲ୍ଲୀ ହାଇ-ସିକ୍ୟୁରିଟି ଜୋନ୍ ପାଲଟିବ । ସୁରକ୍ଷା ବଳୟ ଭିତରେ ରହିବ ରାଜଧାନୀ । ନୂଆବର୍ଷରେ ଦିଲ୍ଲୀକୁ ଜଗିବାକୁ ପ୍ରାୟ ୨୦ ହଜାର ପୋଲିସ ଏବଂ ଅର୍ଦ୍ଧସାମରିକ ବଳର ବ୍ୟବସ୍ଥା କରାଯାଇଛି । ଏନେଇ ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଦିଲ୍ଲୀକୁ ଲାଗି କରି ଥିବା ସମସ୍ତ ରାଜ୍ୟର ସୀମାରେ ଚେକିଂ ବ୍ଲକିଂ ବଢ଼ାଇ ଦିଆଯାଇଛି ।
ରାଜଧାନୀ ଦିଲ୍ଲୀରେ ଜିରୋ ନାଇଟ୍ ଏବଂ ନୂଆବର୍ଷ ସେଲିବ୍ରେସନ ପାଇଁ ସୀମାବର୍ତ୍ତୀ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ପହଞ୍ଚିଛନ୍ତି । ତେଣୁ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୨୦ ହଜାର ପୋଲିସ ଫୋର୍ସ ମୁତୟନ ହେବେ । ଦିଲ୍ଲୀରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ । ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜିରୋ ନାଇଟ୍ ଏବଂ ନୂଆବର୍ଷରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ହୋଟେଲ୍, କ୍ଲବ୍, ରେଷ୍ଟୁରାଣ୍ଟ, ପବ୍, ମାଲ୍ ଏବଂ ପାର୍କ ପ୍ରବଳ ଭିଡ଼ ଜମିବ ବୋଲି ଆଶଙ୍କା କରାଯାଉଛି । ସେହିପରି କନାଟ୍ ପ୍ଲେସ୍, ଖାନ ମାର୍କେଟ୍, ଫାଇବ୍ ଷ୍ଟାର ହୋଟେଲ ପାଇଁ ସ୍ବତନ୍ତ ବ୍ୟବସ୍ଥା କରାଯିବ। ଦିଲ୍ଲୀ ଡିପିସି କହିଛନ୍ତି, ଦିଲ୍ଲୀକୁ ଦୁଇଟି ଜୋନରେ ବଣ୍ଟା ଯାଇଛି । ଏହା ଡିସିପି ଏବଂ ନୂଆଦିଲ୍ଲୀ ଦ୍ବାରା ନଜରରେ ରହିବ ।
ଆହୁରି ମଧ୍ୟ ଦିଲ୍ଲୀ ଡିସିପି କହିଛନ୍ତି, ଜୋନ୍-ଏର ସଂସଦ ମାର୍ଗ ଏବଂ କନାଟ ପ୍ଲେସରେ ଅତିରିକ୍ତ ଡିପିସି-1 ନଜରରେ ରହିବ । ଜୋନ-ବିରେ ଚାଣକ୍ୟପୁରୀ, ବାରଖମ୍ଭା ରୋଡ୍ ଏବଂ ତୁଗଲକ ରୋଡ୍ କୁ ଅତିରିକ୍ତ ଡିସିପି-2 ନଜର ରଖିବେ । ୪ଜଣ ଏପସି ସ୍ତରୀୟ ଅଧିକାରୀ, ୨୩ଜଣ ଇନ୍ସପେକ୍ଟର, ୬୪୮ ପୋଲିସ୍ କର୍ମଚାରୀ, ଶହେ ହୋମଗାର୍ଡ, କେନ୍ଦ୍ରୀୟ ସଶସ୍ତ୍ର ବଳର ୧୧ କମ୍ପାନି ପୁରୁଷ ଏବଂ ୧୦ କମ୍ପାନି ମହିଳା ପୋଲିସ କର୍ମୀଚାରୀ ମୁତୟନ ହେବେ ।...