୪୪ ଦେଶରେ ସ୍ଥାପନ ହେବ ମୁସଲିମ୍ ଶାସନ, ସାମନାକୁ ଆସିଲା ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ

Published By : Prameya-News7 Bureau | April 17, 2025 IST

ନୂଆଦିଲ୍ଲୀ: ଦୁନିଆର ଆଗାମୀ ଦିନରେ କଣ ଘଟିବ ସେନେଇ ଅନେକ ଭବିଷ୍ୟତବକ୍ତା ଭବିଷ୍ୟବାଣୀ କରିଛନ୍ତି । ଏମାନଙ୍କ ମଧ୍ୟରେ ନାଷ୍ଟ୍ରୋଡ୍‌ମସ, ବାବା ଭେଙ୍ଗାଙ୍କ ନାଁ ମଧ୍ୟ ସାମିଲ ରହିଛି । ବାବା ଭେଙ୍ଗା ବୁଲଗେରିଆର ଜଣେ ମହିଳା ଥିଲେ ଏବଂ ପିଲାଟି ଦିନରୁ ଦୃଷ୍ଟିବାଧିତ ଥିଲେ । ତଥାପି ସେ ସଠିକ୍ ଭବିଷ୍ୟବାଣୀ କରିପାରୁଥିଲେ । ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ ୟୁରୋପରେ ୨୦୪୩ ସୁଦ୍ଧା ବଡ଼ ପରିବର୍ତ୍ତନ ଆସିବ । ୟୁରୋପର ୪୪ ଦେଶରେ ମୁସଲିନ୍ ଶାସନ ସ୍ଥାପନ ହେବ ।

ଏହାଛଡ଼ା ବି ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି । ସେ ଦାବି କରିଛନ୍ତି ଯେ ୨୦୨୫ରୁ ଦୁନିଆର ଅନ୍ତ ଆରମ୍ଭ ହେବ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ୫୦୭୯ ମସିହା ଯାଏ ମାନବତା ଶେଷ ହବେ ନାହିଁ । ୟୁରୋପରେ ପୂର୍ବାନୁମାନିତ ସଂଘର୍ଷ ବ୍ୟତୀତ, ପୂରା ୟୁରୋପ ୨୦୪୩ ସୁଦ୍ଧା ମୁସଲିମ୍ ଶାସନ ଅଧିନ ହୋଇଯିବ ଓ ୨୦୭୬ ସୁଦ୍ଧା ଦୁନିଆରେ ପୁଣି ଥରେ କମ୍ୟୁନିଷ୍ଟ ଶାସନ ଫେରିବ । 

ବାବା ଭେଙ୍ଗା ଜୋର ଦେଇ କହିଛନ୍ତି ଯେ ୫୦୭୯ ମସିହା ବେଳକୁ ଦୁନିଆ ପ୍ରାକୃତିକ ଘଟଣା ପାଇଁ ଶେଷ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ ବାବା ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧ, ସୋଭିଏତ୍ ସଂଘ ବିଘଟନ, ଚେର୍ନାବିଲ୍ ଡିଜାଷ୍ଟର, ସୋଭିଏତ୍ ନେତା ଜୋସେଫ୍ ଷ୍ଟାଲିନଙ୍କ ମୃତ୍ୟୁ, ୯/୧୧ ଆତଙ୍କବାଦୀ ଆକ୍ରମଣ ପରି ଘଟଣାର ସଠିକ୍ ଭବିଷ୍ୟବାଣୀ କରିଥିଲେ । ଏହା ବ୍ୟତୀତ ୨୦୦୪ରେ ହୋଇଥିବା ସୁନାମୀ, ୧୯୮୫ରେ ଉତ୍ତର ବୁଲଗାରିଆରେ ଭୂକମ୍ପ ନେଇ ଭବିଷ୍ୟବାଣୀ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.