କଟକ ୧୬।୫: ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ ହୋଇଛି । ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ରାଜା ସହ ଅନ୍ୟ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି । ଅନ୍ୟ ୩ ଅଭିଯୁକ୍ତ ହେଲେ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲ ।
ସେପଟେ ଖୋଲିଲା ରାଜା ଚକ୍ରଙ୍କର ଗୋପାଳପୁର ସ୍ଥିତ ଆଲିସାନ ଫାର୍ମ ହାଉସ୍ର ଗୁମର । କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଗୋପାଳପୁର ଠାରେ ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା ଫାର୍ମ ହାଉସ୍ ଉପରେ ଏକାଧିକ ଖର ଚଢାଉ କରାଯାଇଥିଲା । ଇଓଡବ୍ଲୁ, କେନ୍ଦୁଝର ତହସିଲ ଓ ବନ ବିଭାଗର ମିଳିତ ଚଢ଼ାଉ ଓ ଟିକନିଖ ମାପଚୁପ ପରେ ଏହି ଫାର୍ମ ହାଉସ୍ର ୧୧.୧ ଏକର ଜମି ମଧ୍ୟରୁ ୩.୫ ଏକର ନିଜ ନାମରେ ଥିବାବେଳେ ୭.୬ ଏକର ସରକାରୀ ଜମି ରାଜା ଚକ୍ର ମାଡି ବସିଥିବା କଥା ଜାଣିବାକୁ ପାଇଛି ଇଓଡବ୍ଲୁ I ସରକାରୀ ଜମିରେ ଚିଲଡ୍ରେନ୍ ପାର୍କ, ଅଲିଶାନ ବଙ୍ଗଳା, ସୁଉଚ୍ଚ ତୋରଣ, ଆମ୍ବ ବଗିଚା, ପୋଖରୀ ସହ ରହିଛି କୋଣାର୍କ ଚକ୍ର, ଅନେକ୍ ଷ୍ଟାଚ୍ୟୁ । ଫାର୍ମ ହାଉସ୍ ଭିତରେ ବିଳାସପୂର୍ଣ୍ଣ କଟେଜ ସହ ପାର୍ଟି ହାଉସ୍ ମଧ୍ୟ ରହିଛି । ଫାର୍ମ ହାଉସ୍ ବୁଲିବା ପାଇଁ ଅଲ ଟେରାନ୍ ବାଇକ୍ ମଧ୍ୟ ରହିଛି । ପୋଖରୀରେ ଖେଳୁଛନ୍ତି ରଙ୍ଗୀନ୍ ମାଛ ।
ସେପଟେ ରାଜା ଚକ୍ର ମାମଲାରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ସ୍କାନରରେ ଅଛନ୍ତି ଏକାଧିକ ପ୍ରଭାବଶାଳୀ ଲୋକ । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଇଓଡବ୍ଲୁ ଏସ୍ପି ।
You Can Read:
ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମହାଉସ୍, ସିଲ୍ ପରେ ପ୍ରକ୍ରିୟା ଆରମ୍ଭ