ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମହାଉସ୍, ସିଲ୍ ପରେ ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | May 16, 2025 IST

ଭୁବନେଶ୍ବର : ଖୋଲିଲା ରାଜା ଚକ୍ର ଫାର୍ମ ହାଉସ୍ ଗୁମର । ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିଶାନ ଫାର୍ମହାଉସ୍ । ସିଲ୍ ପରେ ଆରମ୍ଭ ହେଲା ପ୍ରକ୍ରିୟା । 

୧୧ ଏକର ପରିମିତ ଜମିରେ ଗଢି ଉଠିଥିବା ଫାର୍ମ ହାଉସ୍ ଉପରେ ଚଢାଉ କରିଥିଲା ଇଓଡବ୍ଲୁ । ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ ମାପଚୁପ କରାଯାଇଛି । କେନ୍ଦୁଝର ଗୋପାଳପୁର ମୌଜାରେ ରହିଛି ଏହି ଫାର୍ମ ହାଉସ୍ । ୧୧.୧ ଏକର ମଧ୍ୟରୁ ୩.୫ ଏକର ନିଜ ନାମରେ ଥିବା ବେଳେ ୭.୬ ଏକର ସରକାରୀ ଜମି ମାଡି ବସିଥିଲେ ରାଜା । ସରକାରୀ ଜମିରେ ଚିଲଡ୍ରେନ୍ ପାର୍କ, ଅଲିଶାନ ବଙ୍ଗଳା, ସୁଉଚ୍ଚ ତୋରଣ, ଆମ୍ବ ବଗିଚା, ପୋଖରୀ ସହ ରହିଛି କୋଣାର୍କ ଚକ୍ର, ଅନେକ ଷ୍ଟାଚ୍ୟୁ । ଫାର୍ମହାଉସ୍ ଭିତରେ ବିଳାଶ କଟେଜ୍ ସହ ପାର୍ଟି ହାଉସ୍ ରହିଛି । ଫାର୍ମରେ ବୁଲିବା ପାଇଁ ଅଲ ତେରାନ୍ ବାଇକ୍ । ପୋଖରୀରେ ଖେଳୁଛନ୍ତି ରଙ୍ଗୀନ୍ ମାଛ । 

ସେପଟେ ରାଜା ଚକ୍ର ମାମଲାରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ସ୍କାନରରେ ଅଛନ୍ତି ଏକାଧିକ ପ୍ରଭାବଶାଳୀ ଲୋକ । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲୁ ଏସ୍‌ପି କହିଛନ୍ତି ।

You Can Read:

ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ରିପୋର୍ଟ ଆସିଛି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.