ନୂଆଦିଲ୍ଲୀ: ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରାନ୍ତରେ ପାକିସ୍ତାନ ଶ୍ରମିକଙ୍କୁ ହତ୍ୟା । ବେଲୁଚି ବିଦ୍ରୋହୀମାନେ ୮ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ପାକିସ୍ତାନ ଖବର କାଗଜ ‘ଦି ଡନ୍’ ଆନୁଯାୟୀ, ଶନିବାର ଏହି ଘଟଣା ଘଟିଛି । ମେହରିସ୍ତାନ ଜିଲ୍ଲାର ଏକ ଗାଁରେ ଶ୍ରମିକମାନେ ରାତିରେ ଶୋଇଥିବା ବେଳେ ବେଲୁଚି ବିଦ୍ରୋହୀମାନେ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।
ଇରାନରେ ପାକିସ୍ତାନୀ ନାଗରିକଙ୍କ ହତ୍ୟା ନେଇ ଇରାନର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ସମସ୍ତ ମୃତକ ପାକିସ୍ତାନ ପଞ୍ଜାବ ପ୍ରାନ୍ତର ବହାବଲପୁରର ବାସିନ୍ଦା । ଏକ କାର୍ ମରାମତି ହେଉଥିବା ଓ୍ବାର୍କଶପ୍ରେ କାର୍ଯ୍ୟ କରୁଥିଲେ । ସେମାନଙ୍କୁ ବେଲୁଚି ବିଦ୍ରୋହୀମାନେ ହତ୍ୟା କରିଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ଅଜ୍ଞାତ ଆତତାୟୀ ମାନେ ଶନିବାର ରାତିରେ ଓ୍ବାର୍କଶପରେ ପ୍ରବେଶ କରି ଶ୍ରମିକଙ୍କ ହାତ-ଗୋଡ଼ ବାନ୍ଧି ଦେଇଥିଲେ । ଏହା ପରେ ଆଖିବୁଜା ଗୁଳିମାଡ଼ କରି ହତ୍ୟା କରିଥିଲେ । ଏଥିରେ ୮ଜଣ ପ୍ରାଣ ହରାଇଛନ୍ତି । ଏହି ଖବର ମିଳିବା ପରେ ଇରାନ ପୋଲିସ ଘଟଣାସ୍ଥାଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ବେଲୁଚିସ୍ତାନ ନ୍ୟାଶନାଲ ଆର୍ମିର ମୁଖପାତ୍ର ଏକ ବୟାନ ଜାରି ପାକିସ୍ତାନ ନାଗରିକଙ୍କ ହତ୍ୟାକୁ ନିଜ ଉପରକୁ ନେଇଛନ୍ତି ।