ବାଂଲାଦେଶରେ ପୁଣି ବିରୋଧ ପ୍ରଦର୍ଶନ; ସୁପ୍ରିମକୋର୍ଟ ଘେରିଲେ ପ୍ରଦର୍ଶନକାରୀ, ବିଚାରପତିଙ୍କ ଇସ୍ତଫା ଦାବି

Published By : Prameya-News7 Bureau | August 10, 2024 IST

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ହିଂସା । ଶନିବାର ସକାଳୁ ଲୋକେ ପୁଣି ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀମାନେ ଢାକା ସୁପ୍ରିମକୋର୍ଟକୁ ଘେରାଉ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ନ୍ୟାୟଧୀଶଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିପାଇଁ ୧ ଘଣ୍ଟାର ଅଲ୍ଟି ମେଟମ୍ ମଧ୍ୟ ଦେଇଛନ୍ତି । ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ନ୍ୟାୟପାଳିକାର ବିଚାରପତି ସମୂହ ଇସ୍ତଫା ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ସଂଧ୍ୟା ସୁଦ୍ଧା ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ପରାମର୍ଶ ନେବା ପରେ ପଦ ଛାଡ଼ିବେ ବୋଲି କୁହାଯାଇଛି ।  


Also Read: ବାଂଲାଦେଶ ହିଂସା ପଛରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI; ଶେଖ୍ ହସିନାଙ୍କ ପୁଅଙ୍କ ଚାଞ୍ଜଲ୍ୟକର ବୟାନ

ସୂଚନା ଅନୁଯାୟୀ, ପ୍ରଧାନ ବିଚାରପତି ଜଷ୍ଟିସ୍ ଔବେଦୁଲ୍ଲ ହସନ ଯଦି ନିଜ ପଦରୁ ଇସ୍ତଫା ନଦିଆନ୍ତି, ତେବେ ବିକ୍ଷୋଭକାରୀମାନେ ମୁଖ୍ୟ ବିଚାରପତିଙ୍କ ବାସଭବନ ଘେରାଉ କରିବେ । ଏହା ପୂର୍ବରୁ ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ ଧସେଇ ପଶିଥିଲେ । ଯାହା ଫଳରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ଶେଖ୍ ହସିନାଙ୍କ ସରକାର ଭାଙ୍ଗି ଯାଇଥିଲା । 


Also Read: ଭାରତ ସୀମାରେ ବାଂଲାଦେଶ ନାଗରିକଙ୍କ ଅନୁପ୍ରବେଶ ଉଦ୍ୟମ, ସମସ୍ତଙ୍କୁ ଅଟକାଇଲେ BSF ଯବାନ


ଏବେ ସମାନ ଢଙ୍ଗରେ ବିକ୍ଷୋଭକାରୀମାନେ ଆଜି ସୁପ୍ରିମକୋର୍ଟକୁ ଘେରିଛନ୍ତି । ମୁଖ୍ୟ ବିଚାରପତିଙ୍କ ସହିତ ସମସ୍ତ ନ୍ୟାୟଧୀଶଙ୍କୁ ଇସ୍ତଫା ଦେବାକୁ ୧ ଘଣ୍ଟାର ଅଲ୍ଟି ମେଟମ୍ ଦେଇଛନ୍ତି  । ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ରହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଔବେଦୁଲ୍ଲ ହସନ ତୁରନ୍ତ ବୈଠକ ଡାକିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ପରାମର୍ଶ ନେଇ ପଦ ଛାଡ଼ିବେ ବୋଲି କୁହାଯାଉଛି ।...


Also Read: ବାଂଲାଦେଶର ସବୁଠୁ ବଡ ଧନୀ, ହସିନାଙ୍କ ତୁଳନାରେ ୪୦ ହଜାର ଗୁଣା ଅଧିକ ସମ୍ପତ୍ତି

 

  • Sheikh Hasina
  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.