ବ୍ରିଟେନ୍ ଯିବାକୁ ଚାହୁଁଛନ୍ତି ହସିନା, ହେଲେ ଏଯାଏଁ ମିଳିନି ଅନୁମତି: ଭାରତରେ ନେବେ କି ଶରଣ?

Published By : Prameya-News7 Bureau | August 07, 2024 IST

ନୂଆଦିଲ୍ଲୀ ୦୭/୦୮: ବାଂଲାଦେଶରେ ହିଂସା ଭିତରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଭାରତରେ ଶରଣ ନେଇଛନ୍ତି । ବର୍ତ୍ତମାନ ସେ ଗାଜିଆବାଦ୍ ସ୍ଥିତ ହିଣ୍ଡନ ଏୟାରବେସରେ ଶରଣ ନେଇଥିବାବେଳେ, ସେଠାରେ ଥିବା ଏକ ସେଫ୍ ହାଉସରେ ତାଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । 

କୁହାଯାଉଛି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହସିନାଙ୍କ ଆଗାମୀ ନିଷ୍ପତ୍ତି ସ୍ପଷ୍ଟ ହେଇଯିବ । ଆଉ ସେ କେଉଁ ସ୍ଥାନରେ ଶରଣ ନେବେ ତାହା ମଧ୍ୟ ସ୍ପଷ୍ଟ ହେଇଯିବ । ହେଲେ ଏହାରି ଭିତରେ ଶେଖ୍ ହସିନାଙ୍କୁ ନେଇ ଆସିଛି ଏକ ବଡ ଅପଡେଟ୍ । 


Also Read: ୟୁରୋପ ନା ଲଣ୍ଡନ ଯିବେ ଶେଖ ହସିନା ? ଭାରତରେ ଆଉ କିଛି ସମୟ ରହିପାରନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ସୂଚନାଥାଉକି, ବାଂଲାଦେଶର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରିଟେନ୍ ଯିବାକୁ ଯାଉଛନ୍ତି । ଯେଉଁଠିକି ପୂର୍ବରୁ ତାଙ୍କ ଭଉଣୀର ଝିଅ ସାଂସଦ ଅଛନ୍ତି। ଯାହାଫଳରେ କି ସେଠାରେ ତାଙ୍କୁ ଶରଣ ମିଳିବା ସହଜ ହେବ । ହେଲେ ଏଭଳି ସମୟରେ ବ୍ରିଟେନ୍ ତାଙ୍କୁ ଶରଣରେ ନେବାକୁ ଅମଙ୍ଗ ଥିବା ସୂଚନା ମିଳିଛି । 

ସେପଟେ ବ୍ରିଟେନ କହିବା କଥା- ଶେଖ ହସିନାଙ୍କ ପାଖରେ ଏବେ କୌଣସି ବି ଭିସା ନାହିଁ, ତେଣୁ ବ୍ରିଟେନରେ ତାଙ୍କୁ ଶରଣ ମିଳିବ ନାହିଁ ବୋଲି କୁହାଯାଉଛି । ଅନ୍ୟପଟେ ଯେହେତୁ ଦେଶରୁ ପଳାୟନ କରିବା ପରେ ଶେଖ୍ ହସିନା ପ୍ରଥମେ ଭାରତକୁ ଆସିଛନ୍ତି । ତେଣୁ ସେ ନୂଆଦିଲ୍ଲୀରେ ହିଁ ରୁହନ୍ତୁ ବୋଲି ବ୍ରିଟେନ୍ ଚାହୁଁଛି ।


Also Read: ବାଂଲାଦେଶ ସଂକଟ: ଘାଟା ହୋଇପାରେ ୧.୨୦ ଲକ୍ଷ କୋଟିର କାରବାର, କାହାର ହେବ ଅଧିକ କ୍ଷତି?

  • Sheikh Hasina
  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.