ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖୁସିର ଖବର, ୫ ଆହତ ଖେଳାଳିଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌

Published By : Prameya-News7 Bureau | July 22, 2023 IST

ମୁମ୍ବାଇ ୨୨।୦୭ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । କ୍ରିକେଟ୍‌ ମହାକୁମ୍ଭକୁ ଆଉ ତିନି ମାସରୁ କମ୍‌ ଦିନ ରହିଛି । ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ବିଶ୍ୱକପ୍‌ ଇତିହାସରେ ଏହା ପ୍ରଥମ ଥର କି ପୁରା ଟୁର୍ଣ୍ଣାମେଣ୍ଟ ସମସ୍ତ ମ୍ୟାଚ୍‌ ଭାରତରେ ଖେଳାଯିବ । ଏହାପୂର୍ବରୁ ୧୯୮୭, ୧୯୯୬, ୨୦୧୧ରେ ଭାରତ ବିଶ୍ୱକପ୍‌ର ସହ ଆୟୋଜକ ରହିଥିଲା ।  

ତେବେ ବିଶ୍ୱକପ୍‌ ପୂର୍ବରୁ ଆହତ ଖେଳାଳିଙ୍କୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌ । ଜସପ୍ରୀତ୍‌ ବୁମ୍‌ରା, ଶ୍ରେୟସ ଆୟର, ପ୍ରସିଦ୍ଧ କ୍ରିଷ୍ନା, କେଏଲ୍‌ ରାହୁଲ ଏବଂ ରିଷଭ ପନ୍ଥ ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି । ବିଶ୍ୱକପ୍‌ ପୂର୍ବରୁ ଏହି ସବୁ ଖେଳାଳି ନିଜକୁ ଫିଟ୍‌ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି । ଏନେଇ ବିସିସିଆଇ ନିଜେ ଅପଡେଟ୍‌ ଦେଇଛି ।

wp:html /wp:html

ବିସିସିଆଇ ଅନୁଯାୟୀ, ବୁମ୍‌ରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ଫିଟ୍‌ନେସ୍‌ ହାସଲ କରିସାରିଛି । ଉଭୟ ବୋଲର ଏବେ ନେଟ୍‌ସରେ ଫୁଲ୍‌ ଲେନ୍ଥରେ ବୋଲିଂ କରୁଛନ୍ତି । ଏହାପରେ କେଏଲ୍‌ ରାହୁଲ ଏବଂ ଶ୍ରେୟସ ଆୟର ମଧ୍ୟ ନେଟ୍‌ସରେ ବ୍ୟାଟିଂ କରିବା ଆରମ୍ଭ କରିଦେଇଛନ୍ତି । ଉଭୟ ବ୍ୟାଟର ମଧ୍ୟ ଧୀରେ ଧୀରେ ସେମାନ ନିଜର ଲୟ ଧରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଦୁର୍ଘଟଣାର ଶିକାର ହୋଇ ସୁସ୍ଥ ହେଉଥିବା ଓ୍ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ ରିଷଭ ପନ୍ଥ ମଧ୍ୟରେ ନେଟ୍‌ସ ଝାଳ ବୁହାଇବା ଆରମ୍ଭ କରିଦେଇଛନ୍ତି । ରିଷଭ ମଧ୍ୟ ନେଟ୍‌ସରେ ଓ୍ୱିକେଟ୍‌ କିପିଂ କରିବା ଆରମ୍ଭ କରିସାରିଲେଣି । ସମସ୍ତ ଖେଳାଳିଙ୍କ ଉପରେ ବିସିସିଆଇର ମେଡିକାଲ ଟିମ୍‌ ଲଗାତର ଭାବେ ନଜର ରଖିଛନ୍ତି ।

ସେହିପରି ବିସିସିଆଇ ନିଜ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, ଦ୍ରୁତ ବୋଲର ବୁମ୍‌ରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ନିଜର ଅନ୍ତିମ ପର୍ଯ୍ୟାୟ ରିହାବରେ ପହଞ୍ଚିସାରିଲେଣି । ଦ୍ରୁତ ଗତିରେ ଉଭୟ ବୋଲର ନେଟ୍‌ସରେ ବୋଲିଂ କରୁଛନ୍ତି । ଆଗାମୀ ଦିନରେ ଉଭୟ ବୋଲର କିଛି ଅଭ୍ୟାସ ମ୍ୟାଚ୍‌ ଖେଳିବେ । ଯାହାକୁ ଏନ୍‌ସିଏ ଆୟୋଜନ କରିବ ।

wp:embed {"url":"https://www.prameyanews7.com/most-hundreds-in-wtc-history/","type":"wp-embed","providerNameSlug":"prameya-news-7"}
https://www.prameyanews7.com/most-hundreds-in-wtc-history/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.