ଅରିଜିନାଲ ଖୋଲି ଲଗାଇଥିଲେ ମୋଡ଼ିଫାଏଡ ସାଇଲେନସର : ଖୋଲିନେଲା ପୋଲିସ, ଜବତ କଲା ବାଇକ୍

Published By : Prameya-News7 Bureau | July 02, 2025 IST

ଭଦ୍ରକ ୨।୭: ରାସ୍ତାରେ ବିକଟାଳ ଶବ୍ଦ କରୁଥିଲା ବାଇକ୍, ପୋଲିସ ଖୋଲିନେଲା ସାଇଲେନସର । ବାଇକ୍ର ଅରିଜିନାଲ ସାଇଲେନସର ଖୋଲି ମୋଡ଼ିଫାଏଡ ସାଇଲେନସର ଲଗାଇଥିଲେ । ଚେକିଂ କରି ସାଇଲେନସର ଖୋଲି ନେଲା ପୋଲିସ । 

ମଙ୍ଗଳବାର ଭଦ୍ରକ ସହରରେ ଭଦ୍ରକ ସହରାଞ୍ଚଳ ପୋଲିସ ମାରାଥନ ଚେକିଂ କରିଛି । ଯେଉଁ ବାଇକ୍ ଗୁଡ଼ିକରେ ମୋଡ଼ିଫାଏଡ ସାଇଲେନସର ଲଗାଇ ଜୋର୍ ଶବ୍ଦ କରି ରାସ୍ତାରେ ଯାଉଥିଲେ ସେଭଳି ବାଇକ୍ ଗୁଡ଼ିକୁ ଧରି ସାଇଲେନସର ଗୁଡ଼ିକୁ ଖୋଲି ନେଇଛି । କେତେକ ବାଇକ୍‌କୁ ଜରିମାନା ଲଗାଯାଇଥିବା ବେଳେ କେତେକ ବାଇକ୍‌କୁ ଜବତ କରିଥିବା ସୂଚନା ମିଳିଛି । ତେବେ ରାସ୍ତାରେ ନୂଆ ସାଇଲେନସର ଲଗାଇ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ୍ ଗୁଡ଼ିକୁ ଆଗକୁ ଜବତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ବୁଧବାର ମଧ୍ୟ ବିକଟାଳ ଶବ୍ଦ କରୁଥିବା ବାଇକ୍ ଜବତ କରିବା ସହ ସାଇଲେନସର ଖୋଲିଛି ପୋଲିସ । ରାସ୍ତାରେ ବିକଟାଳ ଶବ୍ଦ କରୁଥିଲା ଏକାଧିକ ବାଇକ୍ । 

You Can Read:

ରଥଯାତ୍ରାକୁ ନେଇ କୌଣସି ରାଜନୈତିକ ସମାଲୋଚନା କିମ୍ବା ରାଜନୀତି ବାତାବରଣ ତିଆରି କରିବାକୁ ଆମେ ଚାହୁଁନାହୁଁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.